Posted inରାଜ୍ୟ

ରିଲ୍‌ ପରେ ରାଜନୀତିରେ ବି ସିଦ୍ଧାନ୍ତ-ରଚନା ହିଟ୍‌

ଭୁବନେଶ୍ୱର,୫।୬: ୨୦୨୪ ନିର୍ବାଚନରେ ବିଜେତା ମୁକୁଟ ପିନ୍ଧିଛନ୍ତି ଓଲିଉଡର ବିଗତ ଦିନର ହିଟ୍‌ ଯୋଡ଼ି ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀ। ସିଦ୍ଧାନ୍ତ ଭାଜପା ଟିକେଟରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ରଚନା ଟିଏମ୍‌ସି ଟିକେଟରେ ଲୋକ ସଭାକୁ ନିର୍ବାଚିତ ହୋଇ ଯାଇଛନ୍ତି।

ଅଭିନୟରେ ସଫଳତା ପାଇବା ପରେ ଦୁହେଁ ରାଜନୀତିକୁ ଓହ୍ଲାଇଥିଲେ। ୨୦୦୯ରେ ସିଦ୍ଧାର୍ଥ ବିଜେଡିରେ ଯୋଗ ଦେଇଥିଲେ। ପରେ ସେ ବ୍ରହ୍ମପୁର ଲୋକ ସଭା ଆସନରୁ ଜିତି ବିଜେଡି ଏମ୍‌ପି ହୋଇଥିଲେ। ଦୁଇ ଦୁଇ ଥର ଏମ୍‌ପି ହେବା ପରେ ଗତ ନିର୍ବାଚନରେ ତାଙ୍କୁ ଟିକେଟ ମିଳି ନ ଥିଲା। ଏଣୁ ସେ ୨୦୨୪ରେ ଭାଜପାରେ ଯୋଗ ଦେଇଥିଲେ। ତାଙ୍କୁ ଦଳ ଦିଗପହଣ୍ଡି ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲା। ଫଳାଫଳ ଆସିବା ପରେ ସିଦ୍ଧାର୍ଥ ବିଜୟୀ ହୋଇଥିବା ସ୍ପଷ୍ଟ ହୋଇଛି।

ସେହିଭଳି ରଚନାଙ୍କୁ ଟିଏମ୍‌ସି ପଶ୍ଚିମବଙ୍ଗର ଚର୍ଚ୍ଚିତ ହୁଗୁଳି ଆସନରୁ ପ୍ରାର୍ଥୀ କରିଥିଲା। ସେ ଲୋକ ସଭା ଆସନରେ ବିଜୟୀ ହୋଇଛନ୍ତି। ତେବେ ନିର୍ବାଚନରେ ଏହି ଯୋଡ଼ି ବିଜୟ ପତାକା ଉଡ଼ାଇବା ଖବର ଆସିବା ପରେ ପ୍ରଶଂସକମାନେ ଖୁସିବ୍ୟକ୍ତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri