ଜୟମାଳା ବେଳେ ରୋମାଣ୍ଟିକ ହୋଇଥିଲେ ସିଦ୍ଧାର୍ଥ-କିଆରା; ଭାଇରାଲ ହେଉଛି ଭିଡିଓ

ବମ୍ବେ: ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବଲିଉଡ୍‌ର ଅନ୍ୟତମ ହିଟ୍‌ କଳାକାର ଯୋଡ଼ି ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାଣୀ। ପ୍ରଥମେ ଦୁହିଁଙ୍କ ବିବାହକୁ ନେଇ ଅନେକ ସସ୍‌ପେନ୍ସ ଲାଗି ରହିଥିଲା। ପରେ ସେମାନେ ଫଟୋ ପୋଷ୍ଟ କରି ଆଧିକାରୀକ ଭାବେ ସମସ୍ତଙ୍କ ସହ ଖୁସି ବାଣ୍ଟିଥିଲେ। ଏବେ ସେମାନଙ୍କର ବିବାହରେ ଜୟମାଳା ସମୟର ଭିଡିଓ ସାମ୍ନାକୁ ଆସିଛି। ଭିଡିଓଟି ଏବେ ବେଶ ଭାଇରାଲ ହେଉଛି।

ସିଦ୍ଧାର୍ଥ-କିଆରା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓକୁ ଶେୟାର କରିଛନ୍ତି। ଏହା ଫିଲ୍ମର ଦୃଶ୍ୟ ଭଳି ଲାଗୁଛି। କିଆରା ନାଚିନାଚି ମଣ୍ଡପକୁ ଆସୁଛନ୍ତି। ସିଦ୍ଧାର୍ଥଙ୍କ ଆଖି ପତା ନଇଁ ଆସୁଥିବା ବେଳେ ଭଲ ଦେଖାଯାଉଥିବା ନେଇ କିଆରା ଠାରରେ କମ୍ପ୍ଲିମେଣ୍ଟ ଦେଉଛନ୍ତି। ପରେ ଜୟମାଳା ସମୟରେ ଦୁହେଁ ପରସ୍ପରକୁ ଚୁମ୍ବନ ଦେଇଥିବା ଦେଖାଯାଇଛି। ପ୍ରଶଂସକମାନଙ୍କୁ ଭିଡିଓଟି ବେଶ ପସନ୍ଦ ଆସିଛି।

ଦେଖନ୍ତୁ ଭିଡିଓ:

Share