କିଆରାଙ୍କୁ ଏକୁଟିଆ ଛାଡି କାମକୁ ଫେରିଲେ ସିଦ୍ଧାର୍ଥ

ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଆସିଛନ୍ତି। ଉଭୟ ଫେବୃଆରୀ ୭ରେ ରାଜସ୍ଥାନର ଜୈଶଲମିରର ସୂର୍ଯ୍ୟଗଡ ପ୍ୟାଲେସରେ ଘନିଷ୍ଠ ବନ୍ଧୁ ଏବଂ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ କରିଥିଲେ। ଏହା ପରେ ଦିଲ୍ଲୀ ଏବଂ ପରେ ମୁମ୍ବାଇରେ ଗ୍ରାଣ୍ଡ ରିସେପ୍ସନ ଦେଇଥିଲେ। ବିବାହ ଉତ୍ସବ ଶେଷ ହେବା ପରେ ସିଦ୍ଧାର୍ଥ କାମକୁ ଫେରିଛନ୍ତି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ସିଦ୍ଧାର୍ଥ ତାଙ୍କର ଆଗାମୀ ଫିଲ୍ମ ‘ଯୋଦ୍ଧା’ ଟିମ୍‌ ସହ ନଜର ଆସିଛନ୍ତି। ଏହି ସମୟରେ ସେ ହାଲୁକା ନୀଳ ରଙ୍ଗର ଡେନିମ ଶର୍ଟ ପିନ୍ଧିଥିଲେ। ଧଳା ସ୍ନେକର୍‌ ଏବଂ କଳା ଚଷମା ସହିତ ସିଦ୍ଧାର୍ଥ ହ୍ୟାଣ୍ଡସମ୍‌ ଦେଖାଯାଉଥିଲେ।
ସିଦ୍ଧାର୍ଥ ଏବଂ କିଆରା ଆଡଭାନୀ କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ ସହିତ ତିନି ଫିଲ୍ମ ଚୁକ୍ତି କରିଥିବା ଚର୍ଚ୍ଚା ହେଉଛି।

Share