ଫଟୋଶୁଟ୍‌ ଆଳରେ କିଆରାଙ୍କ ଗାଲରେ ଚୁମ୍ବନ ଦେଇଥିଲେ ବରୁଣ, ରାଗି ଯାଇଥିଲେ ସିଦ୍ଧାର୍ଥ !

ବମ୍ବେ: ଅଭିନେତା ବରୁଣ ଧାଓ୍ବନଙ୍କ ଯୋଗୁ ସାଥୀ କିଆରା ଆଡଭାଣୀଙ୍କ ଉପରେ ରାଗିଥିଲେ ସିଦ୍ଧାର୍ଥ ମଲହୋତ୍ରା। ଏହା ପଛରେ କାରଣଟି ଥିଲା ଚୁମ୍ବନ। ହଁ, ଫିଲ୍ମ ‘ଯୁଗ ଯୁଗ ଜିୟୋ’ର ପ୍ରମୋଶନ ସମୟରେ ଏକ ଫଟୋଶୁଟ୍‌ ଲାଗି ପୋଜ୍‌ ଦେଉଥିଲେ ବରୁଣ-କିଆରା। ଏହି ସମୟରେ ହଠାତ ବରୁଣ ଅଭିନେତ୍ରୀଙ୍କ ଗାଲକୁ ଚୁମ୍ବନ ଦେଇ ଦେଇଥିଲେ। ଏଭଳି ବ୍ୟବହାର ଦେଖି କିଆରା ଚମକି ଯାଇଥିଲେ। ହେଲେ କିଛି ପ୍ରତିକ୍ରିୟା ଦେଇ ନ ଥିଲେ।

ଘଟଣାଟି କିନ୍ତୁ ସିଦ୍ଧାର୍ଥକୁ ପସନ୍ଦ ଆସି ନ ଥିଲା। ନିର୍ଦ୍ଦେଶକଙ୍କ କହିବା ବିନା ବରୁଣ କିଭଳି କିଆରାଙ୍କୁ ଚୁମ୍ବନ ଦେଇ ପାରିବେ ବୋଲି ସିଦ୍ଧାର୍ଥ କହିଥିଲେ। ଏପରିକି କିଆରାଙ୍କ ଉପରେ ସେ ରାଗି ଯାଇଥିଲେ। ପରେ କିନ୍ତୁ କଥାଟି ଆପୋଶ ବୁଝାମଣାରେ ସମାଧାନ ହୋଇଥିଲା। ଦୁହେଁ ଏକଥାକୁ ଭୁଲିଯାଇ ପୂର୍ବଭଳି ଏକାଠି ରହିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ଉକ୍ତ ଫଟୋଶୁଟ୍‌ର ଭିଡିଓ ଭାଇରାଲ ହେଉଛି।

ବଲିଉଡର ଏହି ରୋମାଣ୍ଟିକ ଯୋଡ଼ି ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ପରିବାରଲୋକେ ଦୁହିଁଙ୍କ ପ୍ରି-ଓ୍ବେଡିଂ ଲାଗି କିଣାକିଣି ଆରମ୍ଭ କରିଦେଲେଣି। ଆସନ୍ତା ଫେବୃୟାରୀ ୪ରୁ ଏହି ଉତ୍ସବ ସବୁ ଆରମ୍ଭ ହେବାକୁ ଥିବା ବେଳେ ୬ ଫେବୃୟାରୀରେ ଦୁହିଁଙ୍କ ବିବାହ ହେବ ବୋଲି କୁହାଯାଉଛି।

Share