ହାତକୁ ଦୁଇ ହାତ ହେବେ କିଆରା-ସିଦ୍ଧାର୍ଥ !

ବମ୍ବେ: ଦୀର୍ଘ ୩ ବର୍ଷର ଡେଟିଂ ଖବର ପରେ ନିକଟରେ ସମ୍ପର୍କ ଉପରେ ମୋହର ମାରିଥିଲେ ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାଣୀ। ଏବେ ଉଭୟ ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ବଢ଼ିବାରେ ଲାଗିଛି। ରିପୋର୍ଟ ମୁତାବକ ଉଭୟ ୨୦୨୩ରେ ବିବାହ କରିବାକୁ ଯାଉଛନ୍ତି।

ସିଦ୍ଧାର୍ଥ ଏବଂ କିଆରା ଏପ୍ରିଲ ୨୦୨୩ରେ ଦିଲ୍ଲୀରେ ବିବାହ କରିପାରନ୍ତି। କାହିଁକିନା ସିଦ୍ଧାର୍ଥଙ୍କ ପରିବାର ଦିଲ୍ଲୀରେ ରୁହନ୍ତି। ଏହି ବିବାହ ବ୍ୟକ୍ତିଗତ ସମାରୋହରେ ହୋଇପାରେ। ନଚେତ ଏହି ଯୋଡ଼ି ରେଜିଷ୍ଟର ମ୍ୟାରେଜ କରିପାରନ୍ତି। ଏହାପରେ ବଡ଼ ପାର୍ଟି ଦିଆଯିବ। ବିବାହ ପରେ କକ୍‌ଟେଲ ପାର୍ଟି ଏବଂ ରିସେପ୍ସନ ଆଦି ରଖାଯିବ।

Share