ସିଦ୍ଧାର୍ଥ-କିଆରାଙ୍କ ମେହେନ୍ଦି-ସଙ୍ଗିତ ପାଇଁ ଗୋଲାପି ରଙ୍ଗରେ ସଜେଇ ହେଲା ସୂର୍ଯ୍ୟଗଡ଼ ପ୍ୟାଲେସ

ଜୟପୁର: ବଲିଉଡ ଲଭ ବାର୍ଡ ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀଙ୍କ ରୟାଲ ୱେଡିଂ ଜୈସଲମେରରେ ହେଉଛି । ସେଥିପାଇଁ ଏଠାକାର ସୂର୍ଯ୍ୟଗଡ ପ୍ୟାଲେସ ନବବଧୂ ଭଳି ସଜେଇ ହୋଇଛି ।ସିଦ୍ଧାର୍ଥ-କିଆରାଙ୍କ ବିବାହ ପୂର୍ବରୁ ମେହେନ୍ଦି ଓ ସଙ୍ଗିତ ନାଇଟ ପାଇଁ ସୂର୍ଯ୍ୟଗଡ଼ ପ୍ୟାଲେସକୁ ଗୋଲାପି ରଙ୍ଗରେ ସଜା ଯାଇଥିଲା । ଏହାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହାସହ ଏଥିରୁ ସ୍ପଷ୍ଟ ହେଉଛି କି ବଲିଉଡର ଏହି କପୁଲଙ୍କ ବିବାହ ରାଜକୀୟ ଢଙ୍ଗରେ ହେଉଛି । ତେବେ କିଆରା-ସିଦ୍ଧାର୍ଥଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ବଲିଉଡର ଅନେକ ସେଲିବ୍ରିଟି ସୂର୍ଯ୍ୟଗଡ଼ ପ୍ୟାଲେସରେ ପହଞ୍ଚି ସାରିଛନ୍ତି । ଏହାସହ ଅମ୍ବାନି ପରିବାର ବି ଏହି ବିବାହ ଉତ୍ସବରେ ଯୋଗ ଦେବାକୁ ସୂର୍ଯ୍ୟଗଡ଼ ପ୍ୟାଲେସରେ ପହଞ୍ଚିଛନ୍ତି । ଇସା ଅମ୍ବାନି ତାଙ୍କ ସ୍ୱାମୀଙ୍କ ସହ ସେଠାରେ ପହଞ୍ଚିଥିବା ବେଳେ ସାହିଦ କପୁର ତାଙ୍କ ପତ୍ନୀଙ୍କ ସହ ସେଠାରେ ପହଞ୍ଚିଛନ୍ତି । ମଙ୍ଗଳବାର ଅଥାତ୍ ୭ ଫେବୃୟାରୀରେ ଏମାନେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହି ବିବାହ ଉତ୍ସବ ଲାଗି ସୂର୍ଯ୍ୟଗଡ଼ ପ୍ୟାଲେସରେ କକ୍ଷା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Share