କିଆରାଙ୍କ ସହ ବିବାହକୁ ନେଇ ପ୍ରତିକ୍ରିୟା ରଖିଲେ ସିଦ୍ଧାର୍ଥ: କହିଲେ, ମୋତେ କେହି ଡାକିନାହାନ୍ତି

ମୁମ୍ବାଇ: ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ନିଜ ଅପ୍‌କମିଂ ଫିଲ୍ମ ‘ମିଶନ ମଜନୁ’ କୁ ନେଇ ଚର୍ଚ୍ଚାରେ ଥିବା ବେଳେ ଏବେ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ହେଲେ ସିଦ୍ଧାର୍ଥ କେବଳ ଫିଲ୍ମକୁ ନେଇ ନୁହେଁ ବର୍ତ୍ତମାନ କିଆରା ଆଡଭାନୀଙ୍କ ସହ ତାଙ୍କର ବିବାହ ଗୁଜବକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। ବର୍ତ୍ତମାନ ତାଙ୍କ ବିବାହକୁ ନେଇ ବଲିଉଡ୍‌ ସରଗରମ ରହିଛି। କିିଛି ଦିନ ପର୍ବରୁ ଖବର ଆସିଥିଲା ଯେ, ଦୁଇ ଲଭ୍‌ ବାର୍ଡ ଜାନୁଆରୀରେ ବିବାହ କରିବାକୁ ଯାଉଛନ୍ତି। ଅଭିନେତା ବିକି କୌଶଲ ଓ କ୍ୟାଟ୍ରିନା କୈଫ୍‌ଙ୍କ ଭଳି ଦୁହେଁ ରାଜସ୍ଥାନ ବିବାହ କରିବେ ବୋଲି କୁହାଯାଉଥିଲା। ହେଲେ ଏଭଳି ଖବର ଉପରୁ ଏବେ ସିଦ୍ଧାର୍ଥ ପରଦା ଉଠାଇବା ସହ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏକ ସାକ୍ଷାତକାରରେ ସିଦ୍ଧାର୍ଥ କହିଛନ୍ତି, କେହି ମୋତେ ବିବାହରେ ନିମନ୍ତ୍ରଣ କରିନାହାନ୍ତି, ଜନସାଧାରଣ ବି ନୁହେଁ। ମୁଁ ସମସ୍ତ ତାରିଖ ଓ ସମସ୍ତ ଡିଟେଲ୍ସ ଦେଖିଛି। ମୁଁ ଆଉ ଥରେ ଏହାକୁ ଯାଞ୍ଚ କରିବି। ସତରେ ମୁଁ ବିବାହ କରୁଛି। ମୋତେ ଅଧିକ ଭଲ ଲାଗିବ ଯଦି ପ୍ରଶଂସକମାନେ ପର୍ସନାଲ ଲାଇଫ୍‌ ବିଷୟରେ ଛାଡ଼ି ଫିଲ୍ମ ଉପରେ ଅଧିକ ଧ୍ୟାନ ଦେଲେ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ସିଦ୍ଧାର୍ଥ।

 

 

Share