ସିଦ୍ଧାର୍ଥଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି ଶେହନାଜ; ବାପା କହିଲେ…

ବମ୍ବେ: ବିଗ୍‌ବସ୍‌ ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି ପ୍ରିୟ ବନ୍ଧୁ ତଥା କଥିତ ପ୍ରେମିକା ଶେହନାଜ ଗିଲ। କାନ୍ଦି କାନ୍ଦି ତାଙ୍କ ଅବସ୍ଥା ଖରାପ ଥିବା ଶେହନାଜଙ୍କ ବାପା କହିଛନ୍ତି। ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଶୁଣି ସେ ସଙ୍ଗେ ସଙ୍ଗେ ନିଜର ଶୁଟିଂ ବନ୍ଦ କରି ତାଙ୍କ ପାଖକୁ ଆସିଥିଲେ। ସେବେଠାରୁ ସେ ପରିବାର ସହ ଥିବା ଜଣାପଡ଼ିଛି।

ବିଗ୍‌ବସ୍‌ ଘରେ ଥିବା ବେଳେ ସିଦ୍ଧାର୍ଥଙ୍କ ନିକଟତର ଥିଲେ ଶେହନାଜ। ଉଭୟଙ୍କ ଯୋଡ଼ି ସିଡନାଜ୍‌ ନାମରେ ଖ୍ୟାତ ଥିଲା। ନିକଟରେ ଉଭୟଙ୍କୁ ଏକାଧିକ ଶୋ’ରେ ଦେଖିବାକୁ ମିଳିଥିଲା। ହେଲେ ହଠାତ୍‌ ଏପରି ହୋଇଯିବା ଅନେକଙ୍କୁ ଚକିତ କରିଛି। ଏଯାବତ ଡାକ୍ତରଖାନାରେ ତାଙ୍କର ପୋଷ୍ଟମର୍ଟମ ହେଉଥିବା ବେଳେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ।

Share