ଶୋଇବା ପୂର୍ବରୁ କିଛି ଔଷଧ ଖାଇଥିଲେ ସିଦ୍ଧାର୍ଥ; ସକାଳେ ଉଠି ନ ଥିଲେ

ବମ୍ବେ: ଆଉ ନାହାନ୍ତି ଅଭିନେତା ସିଦ୍ଧାର୍ଥ ଶୁକ୍ଳା। ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି। ଏହି କଥାକୁ ସହଜରେ ଗ୍ରହଣ କରିପାରୁନାହନ୍ତି ପ୍ରଶଂସକ। ଟେଲିଭିଜନଠାରୁ ଆରମ୍ଭ କରି ବଲିଉଡ୍‌ଜଗତରେ ଶୋକର ଛାୟା ଖେଳିଯାଇଛି।

ବୁଧବାର ରାତି ଯାଏ ସିଦ୍ଧାର୍ଥ ଏକ୍‌ଦମ୍‌ ଫିଟ୍‌ ଥିଲେ। ଶୋଇବା ପୂର୍ବରୁ ସେ କିଛି ଔଷଧ ଖାଇଥିଲେ, ଏହାପରେ ସକାଳେ ଆଉ ଉଠି ନ ଥିଲେ। ଏଣୁ ତାଙ୍କୁ ଡାକ୍ତରଖାନା ଅଣାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସିଦ୍ଧାର୍ଥ କେଉଁ ଔଷଧ ଖାଇଥିଲେ ଜଣାପଡ଼ି ନ ଥିବା ବେଳେ ମୃତ୍ୟୁର ପ୍ରାଥମିକ କାରଣ ହୃଦ୍‌ଘାତ ବୋଲି କୁହାଯାଉଛି। ତାଙ୍କର ପୋଷ୍ଟମର୍ଟମ କରାଯାଇଥିବା ବେଳେ ଫାଇନାଲ୍‌ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

Share