ସିଦ୍ଧାର୍ଥଙ୍କ ମୃତ୍ୟୁକୁ ପୁରିଲା ବର୍ଷେ; ପରିବାର ରଖିଲେ ପ୍ରାର୍ଥନା ସଭା

ବମ୍ବେ: ଟେଲି ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁକୁ ବର୍ଷେ ପୁରିଛି। ୨୦୨୧ ସେପ୍ଟେମ୍ବର ୨ରେ ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିଲା। ସେଥିଲାଗି ଆଜି ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ପରିବାର ଏବଂ ପ୍ରଶଂସକମାନେ ତାଙ୍କୁ ମନେ ପକାଇଛନ୍ତି। ପୁଅଙ୍କ ସ୍ମୃତିରେ ମା’ ରୀତା ଶୁକ୍ଳା ଏବଂ ଭଉଣୀମାନେ ବ୍ରହ୍ମାକୁମାରୀ ଆଶ୍ରମରେ ପ୍ରାର୍ଥନା କରିଛନ୍ତି।

ସିଦ୍ଧାର୍ଥ ବ୍ରହ୍ମକୁମାରୀକୁ ମାନୁଥିଲେ। ସେ ମା’ଙ୍କ ସହ ଆଶ୍ରମକୁ ଯାଉଥିଲେ। ଏହି କାରଣରୁ ତାଙ୍କ ମା’ ପ୍ରାର୍ଥନା ସଭାର ଆୟୋଜନ କରିଥିଲେ। ଏବେ ଏହାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କିଛି ଫଟୋରେ ସିଦ୍ଧାର୍ଥଙ୍କ ଭଉଣୀ ପ୍ରସାଦ ବାଣ୍ଟୁଥିବା ଦେଖାଯାଇଛି। ଆଉ କିଛି ଫଟୋରେ ଅଭିନେତାଙ୍କ ପରିବାର ବ୍ରହ୍ମକୁମାରୀମାନଙ୍କ ସହ ବସିଛନ୍ତି। ହେଲେ ଏହି ସଭାରେ ଶେହନାଜ ଗିଲ ନଜର ଆସିନାହାନ୍ତି। ପ୍ରଶଂସକ ଏହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।

Share