ଭାଙ୍ଗିଲା ‘ବାଳିକା ବଧୁ’ ଯୋଡ଼ି; ନାୟିକାଙ୍କ ଆତ୍ମହତ୍ୟା ପରେ ଏବେ ହୃଦ୍‌ଘାତରେ ଚାଲିଗଲେ…

ବମ୍ବେ: ଟେଲି ପରଦାର ଲୋକପ୍ରିୟ ଧାରାବାହିକ ‘ବାଳିକା ବଧୁ’ରୁ ଖ୍ୟାତି ଅର୍ଜନ କରିଥିଲେ ଅଭିନେତା ସିଦ୍ଧାର୍ଥ ଶୁକ୍ଳା ଏବଂ ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀ। ଦୀର୍ଘ ୮ ବର୍ଷ ଧରି ସିଦ୍ଧାର୍ଥ ଶୋ’ ସହ ଜଡ଼ିତ ଥିଲେ। ଏହି ସମୟ ମଧ୍ୟରେ ସେ ଘରେ ଘରେ ଜଣେ ପରିଚିତ ନାମ ପାଲଟିଥିଲେ। ପୂର୍ବରୁ ପ୍ରତ୍ୟୁଷାଙ୍କ ଆତ୍ମହତ୍ୟା ଖବର ପ୍ରଶଂସକଙ୍କୁ ସ୍ତବ୍ଧ କରିଦେଇଥିଲା। ଏବେ ସିଦ୍ଧାର୍ଥଙ୍କ ହଠାତ୍‌ ହୃଦଘାତରେ ମୃତ୍ୟୁ ଖବର ଶୋକର ଛାୟା ଖେଳାଇଦେଇଛି।

ପ୍ରତ୍ୟୁଷାଙ୍କ ମୃତ୍ୟୁ ପଛରେ ପ୍ରେମିକ ରାହୁଲ ରାଜ ସିଂହଙ୍କ ହାତ ଥିବା ଚର୍ଚ୍ଚା ହୋଇଥିଲା। କାରଣ ତାଙ୍କ ଘରୁ କୌଣସି ସୁଇସାଇଡ୍‌ ନୋଟ୍‌ ଜବତ କରାଯାଇ ନ ଥିଲା। ପରେ ସେ ଗର୍ଭବତୀ ଥିବା ନେଇ ଚର୍ଚ୍ଚା ହୋଇଥିଲା। ହେଲେ ତାହା ସତ କି ମିଛ ତା ଉପରୁ ଏବେ ବି ପରଦା ହଟିନାହିଁ। ପ୍ରତ୍ୟୁଷାଙ୍କ ପରିବାରଲୋକେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ଏବେ ପାଞ୍ଚ ବର୍ଷ ଧରି ସେମାନେ କେସ୍‌ ଲଢ଼ି ଆସୁଛନ୍ତି।

Share