ମା’ଙ୍କ ଆଖିର ତାରା ଥିଲେ ସିଦ୍ଧାର୍ଥ; ଏବେ ମୃତ୍ୟୁ ଖବର…

ବମ୍ବେ: ଟେଲି ପରଦାର ହ୍ୟାଣ୍ଡସମ୍‌ ହଙ୍କ୍‌ ତଥା ବିଗ୍‌ବସ୍‌ ୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ଘଟିଛି। ମାତ୍ର ୪୦ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇଛନ୍ତି। ଗୁରୁବାର ସକାଳେ ହଠାତ୍‌ ଏହି ଖବର ଜଣାପଡ଼ିବା ପରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି।

ସିଦ୍ଧାର୍ଥ ଜଣେ ପାରିବାରିକ ମଣିଷ ଥିଲେ। ଖୁବ୍‌ କମ୍‌ ବୟସରେ ବାପାଙ୍କୁ ହରାଇଥିଲେ ସିଦ୍ଧାର୍ଥ। ସେ ସମୟରେ ମଡେଲିଂ କରୁଥିଲେ ସିଦ୍ଧାର୍ଥ। ସେ ନିଜ ମା’ ଏବଂ ଭଉଣୀଙ୍କୁ ବହୁତ ଭଲ ପାଉଥିଲେ। ଏକମାତ୍ର ପୁଅ ହୋଇଥିବାରୁ ସେ ବହୁତ ଗେହ୍ଲା ଥିଲେ। ବିଗ୍‌ବସ୍‌ରେ ମା’ଙ୍କ ସହ ତାଙ୍କ ସମ୍ପର୍କର ନିବିଡ଼ତା ଦେଖିବାକୁ ମିଳିଥିଲା। କୁହାଯାଏ ସିଦ୍ଧାର୍ଥଙ୍କ ପାଇଁ ତାଙ୍କ ମା’ ହିରୋ ଥିଲେ। ଏବେ ହଠାତ ପୁଅଙ୍କ ଏଭଳି ନିଧନ ତାଙ୍କ ପାଇଁ ବଡ ଝଟ୍‌କା କହିଲେ ଅତ୍ୟୁକ୍ତି ହେବ ନାହିଁ।

Share