Categories: ଜାତୀୟ

କେନାଲକୁ ଖସିଲା ବସ୍‌ : ୪୫ ଯାତ୍ରୀଙ୍କ ପାଇଁ ପାଲଟିଲା ଶେଷ ଯାତ୍ରା

ଭୋପାଳ, ୧୬।୨ : ମଧ୍ୟ ପ୍ରଦେଶର ସିଧି ଜିଲା ପାଟନା ଗ୍ରାମ ନିକଟରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ୫୦ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ ବାନ୍‌ଗାଙ୍ଗା ଡ୍ୟାମର ଏକ କେନାଲରେ ଖସିପଡ଼ିଛି। ଏହି ଘଟଣାରେ ୪୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨୦ ମହିଳା ଓ ଜଣେ ଶିଶୁ ରହିଛନ୍ତି। ଦୁର୍ଘଟଣା ପରେ ବସଟି ସମ୍ପୂର୍ଣ୍ଣ ବୁଡି ଯାଇଥିଲା। ଯାହାଫଳରେ ଉଦ୍ଧାରକାରୀ ଦଳ ଓ ସ୍ଥାନୀୟ ପୋଲିସକୁ ବସକୁ ଠାବ କରିବାକୁ ଲାଗିଥିଲା ୩ ଘଣ୍ଟା। ଏହାପରେ କ୍ରେନ ଜରିଆରେ ବସ୍‌କୁ ପାଣିରୁ ଉଠାଯାଇଥିଲା। ଯାତ୍ରୀଙ୍କ ମଧ୍ୟରେ କେବଳ ୭ ଜଣ ପହଁରି କୂଳକୁ ଆସିପାରିଥିଲେ।

ଏ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପାଇଁ ୨ ଲକ୍ଷ ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କିରଛନ୍ତି।

Share