କଂଗ୍ରେସର ପରାଜୟ ସ୍ବୀକାର କଲେ ସିଦ୍ଧୁ…

ଚଣ୍ଡିଗଡ଼,୧୦।୩ : ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟିର ସଫଳତା ପରେ କଂଗ୍ରେସ ପକ୍ଷରୁ ନଭଜୋତ ସିଂ ସିଦ୍ଧୁ ଦଳର ପରାଜୟ ସ୍ବୀକାର କରିଛନ୍ତି। ରାଜ୍ୟର ଜନତା ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ କଂଗ୍ରେସ ଗ୍ରହଣ କରୁଛି ବୋଲି ସେ କହିଛନ୍ତି। ଏହା ସହିତ ସେ ଏଏପିକୁ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି।

୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭା ଆସନ ମଧ୍ୟରୁ ଏଏପି ୯୦ ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୧୮ ଆସନରେ ଆଗୁଆ ରହିଛି। ସେହିପରି ଶିରୋମଣୀ ଅକାଳୀ ଦଳ ୬ ଆସନ ଏବଂ ଭାଜପା ୩ ଆସନରେ ଆଗୁଆ ରହିଛନ୍ତି।

Share