Categories: ଜାତୀୟ

ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ କର୍ତାରପୁର ଯାତ୍ରାରେ ସାମିଲ ହେଲେନି ସିଦ୍ଧୁ

ଚଣ୍ଡିଗଡ଼, ୧୮।୧୧: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ନେତୃତ୍ୱରେ ତାଙ୍କ କ୍ୟାବିନେଟ ସହକର୍ମୀ, ବିଧାୟକ ଓ ସେମାନଙ୍କ ପରିବାର ସଦସ୍ୟମାନେ କର୍ତାରପୁର ସାହିବକୁ ଯାତ୍ରା କରିଥିଲେ। ତେବେ ଏହି ଯାତ୍ରାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନବଜ୍ୟୋତ ସିଂ ସିଦ୍ଧୁ ସାମିଲ ହୋଇନାହାନ୍ତି। କର୍ତାରପୁର ସାହିବ କରିଡର ଖୋଲିବା ନେଇ ୨୦୧୯ରେ ସିଦ୍ଧୁ ପ୍ରଥମେ ଖବର ପ୍ରକାଶ କରି ବିବାଦ ଘେରକୁ ଆସିଥିଲେ। ମଙ୍ଗଳବାର କର୍ତାରପୁର କରିଡର ଖୋଲିବା ସମ୍ପର୍କରେ କେନ୍ଦ୍ର ସରକାର ଘୋଷଣା କରିବା ପରେ ଜାଠରେ ସାମିଲ ହେବା ପାଇଁ ସିଦ୍ଧୁଙ୍କୁ ଅନୁରୋଧ କରାଯାଇଥିଲା। ତେବେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଯାତ୍ରାରେ ସାମିଲ ହେବେ ନାହିଁ ବୋଲି ଜନସମ୍ପର୍କ ଅଧିକାରୀ ଓ ଗୋଇନ୍ଦା ଅଫିସରଙ୍କୁ ଜଣାଇଦେଇଥିଲେ।

Share