Categories: ଜାତୀୟ

ରାଜନୀତିରେ ଛକା ମାରିଲେ ସିଦ୍ଧୁ

ନୂଆଦିଲ୍ଲୀ,୧୮।୭: କଂଗ୍ରେସ ହାଇକମାଣ୍ଡ ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ପଞ୍ଜାବ ପିସିସି ସଭାପତି ଭାବେ ରବିବାର ନିଯୁକ୍ତି ଦେଇଛନ୍ତି। ଫଳରେ ଦୀର୍ଘଦିନ ଧରି ଦଳରେ ଲାଗି ରହିଥିବା କଳ୍ପନାଜଳ୍ପନାର ଅବସାନ ହୋଇଛି। ଏଥିସହିତ ୪ ଜଣଙ୍କୁ ପିସିସିର କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରାଯାଇଛି। ସେମାନେ ହେଲେ କୁଲ୍‌ଜିତ୍‌ ନାଗ୍ରା, ପଓ୍ବନ ଗୋଏଲ୍‌, ସୁଖଓ୍ବିନ୍ଦର ସିଂ ଡାନି ଏବଂ ସଙ୍ଗତ୍‌ ସିଂ ଗିଲିଆନ୍‌।

ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ଏବଂ ବରିଷ୍ଠ ନେତା ସିଦ୍ଧୁଙ୍କ ମଧ୍ୟରେ କିଛିଦିନ ହେଲା ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିଥିଲା। ସିଦ୍ଧୁଙ୍କୁ ପିସିସି ମୁଖ୍ୟ କରିବାକୁ ବିରୋଧ କରି ୯ ଜଣ ଦଳୀୟ ଏମ୍‌ପି ପ୍ରତାପ ସିଂ ବାଜ୍‌ଓ୍ବାଙ୍କ ଦିଲ୍ଲୀ ବାସଭବନରେ ବୈଠକ କରିଥିଲେ। ସେହିପରି ୧୧ ଜଣ କଂଗ୍ରେସ ବିଧାୟକ ଅମରିନ୍ଦରଙ୍କ ସପକ୍ଷରେ ଦାବି କରିଥିଲେ। ଅମରିନ୍ଦର ଜଣେ ତୁଙ୍ଗ ଜନନେତା ହୋଇଥିବାରୁ ତାଙ୍କ କ୍ଷମତା ସଙ୍କୁଚିତ ନ କରିବାକୁ ବିଧାୟକମାନେ ହାଇକମାଣ୍ଡଙ୍କୁ ଅନୁରୋଧ କରଥିଲେ। ସିଦ୍ଧୁ ସମର୍ଥନ ଯୋଗାଡ଼ ପାଇଁ ରବିବାର ଅମରିନ୍ଦରଙ୍କ ନିର୍ବାଚନ ମଣ୍ଡଳୀକୁ ଯାଇ ୩୦ ଜଣ ଦଳୀୟ ନେତା ଓ ବିଧାୟକମାନଙ୍କୁ ଭେଟିଥିଲେ।

 

Share