Categories: ଜାତୀୟ

ନିର୍ବାଚନ ଲଢିବା ଖବରକୁ ଖଣ୍ଡନ କଲେ ସିଦ୍ଧୁଙ୍କ ପିତା

ଚଣ୍ଡିଗଡ଼,୫ ।୬: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ମେ’ ୨୯ ଦିନ ଦ୍ୱିପ୍ରହରରେ କେତେଜଣ ଅଜ୍ଞାତ ବ୍ୟକ୍ତି ଗୁଳିକରି ହତ୍ୟା କରିଛନ୍ତି । ଏହାପରେ ଏହି ଘଟଣାକୁ ନେଇ ରାଜନୀତି ହୋଇଛି ସରଗରମ । ପଞ୍ଜାବୀ ସିଙ୍ଗର ସିଦ୍ଧୁଙ୍କ ସମର୍ଥକ ଲଗାତାର ନ୍ୟାୟ ଦାବି କରି ଚାଲିଛନ୍ତି । ଏପଟେ ପୁଅକୁ ହରାଇ ସିଦ୍ଧୁଙ୍କ ମାତା-ପିତା ଶନିବାର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ନ୍ୟାୟ ପାଇଁ ଗୁହାରି କରିଛନ୍ତି ।
ଗଣମାଧ୍ୟମର ସୂଚନା ଅନୁଯାୟୀ, ସିଦ୍ଧୁଙ୍କ ପରିବାର ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି । ଇତିମଧ୍ୟରେ ଶୁଣିବାକୁ ମିଳିଥିଲା କି ସିଦ୍ଧୁ ମୁସେୱାଲଙ୍କ ପିତା କୌଣସି ରାଜନୈତିକ ଦଳରେ ସାମିଲ ହୋଇ ପାରନ୍ତି ଓ ଅଗାମୀ ନିର୍ବାଚନ ଲଢିପାରନ୍ତି । ହେଲେ ଏହାକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି ସିଦ୍ଧୁଙ୍କ ପିତା । ଏ ସମ୍ପର୍କର ସେ ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିବା ସହ ଏଭଳି ଘଟଣା ଉପରେ ଧ୍ୟାନ ନ ଦେବାକୁ କହିଛନ୍ତି । ପୁଅ ସିଦ୍ଧୁଙ୍କ ୟଟ୍ୟୁବ ଚ୍ୟାନେଲ ଓ ସୋସିଆଲ ମିଡିଆ ଆକାଉଣ୍ଟରେ ସିଦ୍ଧୁଙ୍କ ପିତା ଏକ ୫୫ ସେକେଣ୍ଡର ଭିଡିଓ ଶେୟାର କରି କହିଛନ୍ତି, ସୋସିଆଲ ମିଡିଆରେ ଯାହା ସବୁ ହେଉଛି ତାକୁ ନେଇ ସେ ଖୁବ୍ ଦୁଃଖିତ । କାରଣ ଆଗାମୀ ଦିନରେ ନା ସେ ରାଜନୀତିରେ ଯୋଗ ଦେଉଛନ୍ତି ନା ନିର୍ବାଚନ ଲଢୁଛନ୍ତି ।

Share