Categories: ଜାତୀୟ

ପଞ୍ଜାବୀ ସିଙ୍ଗର ହତ୍ୟା ଘଟଣାକୁ ନେଇ ଆସୁଛି ନୂଆ ତଥ୍ୟ, ପ୍ରଥମେ ଗ୍ୟାଙ୍କଷ୍ଟର ଶାହାରୁଖଙ୍କୁ ଦିଆଯାଇଥିଲା ସୁପାରି

ନୂଆଦିଲ୍ଲୀ,୩୦ ।୫: ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଦିଲ୍ଲୀ ପୋଲିସ କିଛିଦିନ ତଳେ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିବା ଅପରାଧୀ ଶାହାରୁଖଙ୍କୁ ଗିରଫ କରିଥିଲା । ସେହି ସମୟରେ ପୋଲିସକୁ ସୂଚନା ମିଳିଥିଲା କି ଯେଉଁ ବୋଲେରୋ ଗାଡିକୁ ପୋଲିସ ଜବତ କରିଛି, ସେହି ଗାଡି ମାଧ୍ୟମରେ ମୁସେୱାଲାଙ୍କୁ ହତ୍ୟା କରିବାକୁ ଯୋଜନା କରାଯାଇଥିଲା । ହେଲେ ସେହି ସମୟରେ ମୁସେୱାଲାଙ୍କର ସୁରକ୍ଷା କଡାକଡି ଥିବାରୁ ଏଥିରେ ଶାହାରୁଖ ଫେଲ ମାରିଥିଲା ।
କେଜରିୱାଲଙ୍କ ଘର ସାମ୍ନାରେ ବିରୋଧ ପ୍ରଦର୍ଶନ
ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକୁ ନେଇ ଚଣ୍ଡିଗଡ଼ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇ ଯାଇଛି । ଦିଲ୍ଲୀର କଂଗ୍ରେସ ଅଧ୍ୟକ୍ଷ ଚୌଧୁରୀ ଅନିଲ କୁମାର ସିଦ୍ଧୁଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ମୁସେୱାଲାଙ୍କ ହତ୍ୟାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘର ସାମ୍ନାରେ ବିରୋଧ ପ୍ରଦର୍ଶନ କରିଛନ୍ତି । ସୂଚନାଯୋଗ୍ୟ, ଏହି ହତ୍ୟାକାଣ୍ଡ ପରେ କଂଗ୍ରେସ ପଞ୍ଜାବର ଆମ ଆଦମୀ ପାର୍ଟି(ଏଏପି) ସରକାରଙ୍କୁ ଦାୟୀ କରୁଛି ।

Share