Categories: ଜାତୀୟ

୭ଦିନିଆ ରିମାଣ୍ଡରେ ବିଷ୍ଣୋଇ

ଚଣ୍ଡିଗଡ଼,୧୫।୬: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେ ୱାଲାଙ୍କ ହତ୍ୟାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ବୁଧବାର ମାନସା କୋର୍ଟରେ ପଞ୍ଜାବ ପୋଲିସ ମୁଖ୍ୟ ବିଚାରପତିଙ୍କ ନିକଟରେ ହାଜର କରିଥିଲା। ଏହି ମାମଲାର ଶୁଣାଣି ପରେ କୋର୍ଟ ଗ୍ୟାଙ୍ଗଷ୍ଟର ବିଷ୍ଣୋଇଙ୍କୁ ୭ ଦିନିଆ ରିମାଣ୍ଡରେ ପଠାଇଛନ୍ତି। ପଞ୍ଜାବ ପୋଲିସକୁ ଗାୟକ ସିଦ୍ଧୁଙ୍କ ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟର ଲରେନ୍ସଙ୍କୁ ଟ୍ରାନ୍‌ଜିଟ ରିମାଣ୍ଡରେ ନେବାକୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟରୁ ମଙ୍ଗଳବାର ଅନୁମତି ମିଳିବା ପରେ ପଞ୍ଜାବକୁ ନିଆଯାଇଥିଲା। ଏହାପରେ ତାଙ୍କୁ ମନସା କୋର୍ଟରେ ମୁଖ୍ୟ ବିଚାରପତିଙ୍କ ସମ୍ମୁଖରେ ପଞ୍ଜାବ ପୋଲିସ ଦ୍ୱାରା ହାଜର କରାଯାଇଥିଲା। ଉଭୟ ପକ୍ଷର ଶୁଣାଣି ପରେ କୋର୍ଟ ଲରେନ୍ସଙ୍କୁ ପଞ୍ଜାବ ପୋଲିସର ଟ୍ରାନ୍‌ଞ୍ଜିଟ ରିମାଣ୍ଡରେ ପଠାଇବାକୁ ଅନୁମତି ଦେଇଛନ୍ତି। କୋର୍ଟ ତାଙ୍କୁ ୭ ଦିନିଆ ରିମାଣ୍ଡରେ ପଠାଇଛନ୍ତି।

Share