Categories: ଜାତୀୟ

ସିଦ୍ଧୁ ମୂସେଓ୍ବାଲା ହତ୍ୟାକାଣ୍ଡ: ୩ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ,୨୦।୬: ପଞ୍ଜାବୀ ଗାୟକ ସିଦ୍ଧୁ ମୂସେଓ୍ବାଲା ହତ୍ୟା ମାମଲାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ସିଦ୍ଧୁଙ୍କ ହତ୍ୟାକାଣ୍ଡ ସହ ସମ୍ପୃକ୍ତ ୨ ଶୁଟର୍‌ ସମେତ ୩ ଜଣଙ୍କୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଗିରଫ କରିଛି। ଗୁଜରାଟର କୁଚ ଅଞ୍ଚଳରୁ ପୋଲିସ ଏହି ତିନିଜଣଙ୍କୁ ଗିରଫ କରିଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଦ୍ୱାରା ଧରାଯାଇଥିବା ଏହି ତିନିଜଣ ଶୁଟରଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପ୍ରିୟବ୍ରତ ଓରଫ ଫଉଜି। ପ୍ରିୟବ୍ରତଙ୍କ ମୂସେଓ୍ବାଲା ହତ୍ୟାକାଣ୍ଡ ଘଟଣାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ସେ ହିଁ ସବୁ ସିଦ୍ଧୁଙ୍କୁ ହତ୍ୟା କରିବାର ସମସ୍ତ ଯୋଜନା ପ୍ରସ୍ତୁତ କରିଥିଲେ।
ସିଦ୍ଧୁ ମୂସେୱାଲା ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ଜଣେ ଶୁଟର କଶିଶ ଓରଫ କୁଲଦୀପଙ୍କୁ ମଧ୍ୟ ଦିଲ୍ଲୀ ପୋଲିସ ଗିରଫ କରିଛି। କୁଲଦୀପ ହରିୟାଣାର ଝଜ୍ଜରର ବାସିନ୍ଦା। ସିଦ୍ଧୁ ମୁସେୱାଲାଙ୍କ ହତ୍ୟାରେ କୁଲଦୀପ ମଧ୍ୟ ସମ୍ପୃକ୍ତ ଥିଲେ। ଦିଲ୍ଲୀ ଦ୍ୱାରା ଗିରଫ ହୋଇଥିବା ତୃତୀୟ ଜଣଙ୍କ ନାମ କେଶବ କୁମାର। ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିବା ପରେ କେଶବ ହିଁ ସମସ୍ତ ଶୁଟରଙ୍କୁ ଫେରାର ହେବାରେ ସାହାଯ୍ୟ କରିଥିଲେ।

Share