Categories: ଜାତୀୟ

ପଡ଼ୋଶୀ ଦେଶରେ ଲୁଚିଛନ୍ତି ହତ୍ୟାକାରୀ

ନୂଆଦିଲ୍ଲୀ,୩।୬: ପଞ୍ଜାବର ପ୍ରସିଦ୍ଧ ଗାୟକ ସିଧୁ ମୁସେଓ୍ବାଲାଙ୍କ ହତ୍ୟା ମାମଲାରେ ଦିଲ୍ଲୀ ଓ ପଞ୍ଜାବ ପୋଲିସ ଦ୍ୱାରା ଚଢ଼ାଉ ଜାରି ରହିଛି। ମିଳିଥିବା ସୂଚନା ଅନୁସାରେ, ସିଧୁଙ୍କ ହତ୍ୟା ପରେ ହତ୍ୟାକାରୀ ଲୁଚିବା ପାଇଁ ପଡ଼ୋଶୀ ଦେଶରେ ଆଶ୍ରୟ ନେଇଛନ୍ତି। ଏହି ମାମଲାରେ ଦିଲ୍ଲୀ ପୋଲିସର ଏକ ସ୍ବତନ୍ତ୍ର ସେଲ୍‌ ଟିମ୍‌ ଶୁକ୍ରବାର ନେପାଳରେ ପହଞ୍ଚିଛି। ସିଧୁଙ୍କ ହତ୍ୟା ପରେ ଶୁଟର୍ସ ନେପାଳରେ ଲୁଚିଥିବା ନେଇ ସ୍ବତନ୍ତ୍ର ସେଲ୍‌ ସନ୍ଦେହ କରୁଛି। ତେଣୁ ଏଥିପାଇଁ ଶୁଟର୍ସଙ୍କୁ ନେପାଳରେ ଖୋଜିବା ପାଇଁ ପହଞ୍ଚିଛି ପୋଲିସ। ଇତିମଧ୍ୟରେ ହତ୍ୟାକାଣ୍ଡ ପରେ ଭାଇରାଲ ହେଉଥିବା ଭିଡିଓର ଏବେ ସାହାରା ନେଇଛି ପୋଲିସ। ଏହି ଭିଡିଓ ଅଧାରରେ ପୋଲିସ ହତ୍ୟାକାରୀଙ୍କ ପାଖରେ ପହଞ୍ଚିବ ବୋଲି ଆଶା ପ୍ରକଟ କରିଛି। ଅନ୍ୟପଟେ ପଞ୍ଜାବ ପୋଲିସ ମଧ୍ୟ ହତ୍ୟାକାରୀଙ୍କୁ ଧରିବା ପାଇଁ ତତ୍ପରତା ଦେଖାଇଛି।

Share