Categories: ଜାତୀୟ

ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ: ୨ ଯୁବକ ଅଟକ, ହତ୍ୟାରେ ବ୍ୟବହୃତ ବୋଲେରୋ ସହ ଅଛି ସମ୍ପର୍କ

ଚଣ୍ଡିଗଡ଼,୩ ।୬: ପଞ୍ଜାବି ସିଙ୍ଗର ସିଦ୍ଧୁ ମୁସେୱାଲା ହତ୍ୟା ଘରଣାର ଖିଅ ଖୋଜି ଚାଲିଛି ପଞ୍ଜାବ ପୋଲିସ । ପୋଲିସର ଏକ ଟିମ ଗୁରୁବାର ଫତେହାବାଦ ଗାଁ ଭିରଡାନାରେ ସର୍ଚ୍ଚ ଅପରେଶନ କରି ୨ ଯୁବକଙ୍କୁ ଅଟକ ରଖିଛନ୍ତି । ପୱନ ବିଶ୍ନୋଇ ଓ ଖାନ ନାମକ ୨ ଯୁବକଙ୍କୁ ପଞ୍ଜାବ ପୋଲିସ ଅଟକ ରଖିଛି । ମୁସେୱାଲା ହତ୍ୟା ଘଟଣା ସହ ଏମାନଙ୍କର ସମ୍ପର୍କ ଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ଫତେହାବାଦ ପୋଲିସ ସହ ମିଶି ପଞ୍ଜାବ ପୋଲିସ ବୁଢାନା ଗାଁରେ ବିଳମ୍ବିତ ରାତିରେ ସର୍ଚ୍ଚ ଅବରେଶନ କରିଥିଲା । ପରେ ଏହି ୨ ଯୁବକଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇଥିଲା । ତେବେ ମୁସେୱାଲା ହତ୍ୟା ଘଟଣାରେ ବ୍ୟବହୃତ ବୋଲେରୋ ଗାଡି ସହ ଏମାନଙ୍କର ସମ୍ପର୍କ ଥିବା କୁହାଯାଉଛି । ସୁଟର ବୋଲେରୋ ଓ କୋରେଲା ଗାଡିରେ ଆସି ମୁସେୱାଲାଙ୍କ ଉପରକୁ ଆଖିବାଜା ଗୁଳି ଚଳାଇଥିଲେ । ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

Share