ଚଣ୍ଡିଗଡ,୨୩।୭: ପଞ୍ଜାବ ପ୍ରଦେଶ କଂଗ୍ରେସର ନୂତନ ସଭାପତିି ନବଜୋତ ସିଂ ସିଦ୍ଧୁ କିଛି ସମୟ ମଧ୍ୟରେ ଦାୟିତ୍ୱ ଗ୍ରହଣ କରିବେ। ଶୁକ୍ରବାର ସେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ନିମନ୍ତ୍ରଣରେ ଚା’ ପିଇବା ପାଇଁ ପଞ୍ଜାବ ଭବନରେ ପହଞ୍ଚିଛନ୍ତି ସିଦ୍ଧୁ। ତାଙ୍କ ବ୍ୟତୀତ କଂଗ୍ରେସ ମନ୍ତ୍ରୀ ଓ ବିଧାୟକ ମଧ୍ୟ ସେଠାରେ ପହଞ୍ଚିବା ଆରମ୍ଭ କରିଛନ୍ତି। କ୍ୟାପଟେନ ମଧ୍ୟ କିଛି ସମୟ ମଧ୍ୟରେ ପଞ୍ଜାବ ଭବନରେ ପହଞ୍ଚିବାକୁ ଯାଉଛନ୍ତି।
ସମସ୍ତ ବିବାଦକୁ ଭୁଲି ଗୁରୁବାର କ୍ୟାପଟେନ ଅମରିନ୍ଦର ସିଂ ସିଦ୍ଧୁଙ୍କ ଦାୟିତ୍ୱ ଗ୍ରହଣ ସମାରୋହରେ ଯୋଗଦେବାକୁ ରାଜି ହୋଇଥିଲେ। ତେବେ ସିଦ୍ଧୁ ତାଙ୍କ ଦାବି ଅନୁଯାୟୀ କ୍ୟାପଟେନଙ୍କୁ କ୍ଷମା ମାଗି ନାହାଁନ୍ତି। କିନ୍ତୁ ପାର୍ଟି ହାଇକମାଣ୍ଡର ନିର୍ଦ୍ଦେଶ ପରେ କ୍ୟାପଟେନ ଏହି ସମାରୋହରେ ଅଂଶଗ୍ରହଣ କରିବାକୁ ରାଜି ହୋଇଛନ୍ତି।