Categories: ଜାତୀୟ

ଭାରତୀୟ ସେନାଙ୍କ ହାତରେ ଅତ୍ୟାଧୁନିକ ରାଇଫଲ: ଚାଇନାର ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ, ୭।୧୦: ଭାରତୀୟ ସେନାଙ୍କ ହାତରେ ଏବେ ସିଗ୍‌ ସୌସର ଆସଲ୍ଟ ରାଇଫଲ ରହିବ। କେନ୍ଦ୍ର ସରକାର ୭୨ ହଜାର ୫୦୦ଟି ରାଇଫଲ କିଣିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଏହା ଦ୍ୱାରା ଏଲ୍‌ଏସି ଏବଂ ଏଲ୍‌ଓସିରେ ସେନାର ଶକ୍ତି ବୃଦ୍ଧି ପାଇବ ବୋଲି କୁହାଯାଉଛି। ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧୀ ଅପରେଶନ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କୁ ଏହି ରାଇଫଲ ଦିଆଯାଇଛି। ଏବେ ସେନାଙ୍କ ପାଖରେ ଏଭଳି ଅତ୍ୟାଧୁନିକ ରାଇଫଲ ରହିବା ଜରୁରୀ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆମେରିକାଠାରୁ ଦେଢ଼ଲକ୍ଷ ରାଇଫଲ କିଣିବା ପାଇଁ ସରକାର ଯୋଜନା କରିଛନ୍ତି। ଭାରତୀୟ ସେନାକୁ ସିଗ୍‌ ସୌସର ଆସଲ୍ଟ ରାଇଫଲ ପ୍ରଦାନ କରାଯିବା ନେଇ ଚାଇନା ଏବଂ ପାକିସ୍ତାନର ଚିନ୍ତା ବଢ଼ିବାରେ ଲାଗିଛି।

Share