ସର୍ବନାଶର ସଙ୍କେତ: ଆକାଶରୁ ହେଉଛି ମୃତପକ୍ଷୀ ବର୍ଷା, ଭିଡିଓ ଦେଖିଲେ ଉଡ଼ିଯିବ ହୋସ୍‌

ଚାଇନାରେ ଏକ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଆକାଶରେ ଉଡ଼ିବା ସମୟରେ ହଠାତ୍‌ ଖସିପଡ଼ି ହଜାର ହଜାର ପକ୍ଷୀଙ୍କ ମୃତ୍ୟୁ ଘଟିଛି। ଏତେ ସଂଖ୍ୟାରେ ପକ୍ଷୀ ମରିପଡ଼ିଥିଲେ ଯେ, ରାସ୍ତାଟି ପକ୍ଷୀଙ୍କ ମୃତଦେହରେ ସମ୍ପୂର୍ଣ୍ଣ ଆଚ୍ଛାଦିତ ହୋଇଥିଲା। ଏହି ଦୃଶ୍ୟ ଦେଖିଲେ ଆପଣଙ୍କ ହୋସ୍‌ ଉଡ଼ିଯିବ। ଏହି ଘଟଣାର ଏକ ହୃଦୟ ବିଦାରକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଆପଣ ଦେଖିପାରିବେ କିପରି ପକ୍ଷୀମାନଙ୍କର ମୃତଦେହ ରାସ୍ତାରେ ବିଛାଡ଼ି ହୋଇପଡ଼ିଛି।

ଏକ ରିପୋର୍ଟ ଅନୁଯାୟୀ, ଭିଡିଓରେ ହଜାର ହଜାର ପକ୍ଷୀ ଭୂମିରେ ପଡ଼ିବା ପୂର୍ବରୁ କୋଠାର ଛାତ ଉପରେ ଜୋର୍‌ରେ ଚିତ୍କାର କରୁଥିବା ଦେଖାଯାଉଛି। ଏହି ଅଜବ ଘଟଣା ଚାଇନାର ଦକ୍ଷିଣ ଗୁଆଙ୍ଗସି ଅଞ୍ଚଳର ଲାଇବିନ୍‌ରେ ରହୁଥିବା ଜଣେ ବ୍ୟକ୍ତିଙ୍କ କ୍ୟାମେରାରେ କଏଦ ହୋଇଛି। ଏହି ଘଟଣା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ କହିଛନ୍ତି, ହଠାତ୍‌ ଆକାଶରୁ ଖସିବା ପୂର୍ବରୁ ଅଗଣିତ ପକ୍ଷୀ ସର୍କଲ ବା ଗୋଲାକାର ଭାବେ ଉଡ଼ୁଥିଲେ।

ଏମିତି ଉଡ଼ାଣ ସେମାନଙ୍କର ସୁନ୍ଦର ଉଡ଼ାଣ ପାଇଁ ଜଣାଶୁଣା। ହୃଦୟ ବିଦାରକ ଭିଡିଓରେ ଆକାଶରୁ ଖସିଯିବା ପରେ ପକ୍ଷୀ ରାସ୍ତାରେ ଯେମିତି ଜୀବନ୍ତ ଶୋଇଛନ୍ତି ଅନୁଭବ ହେଉଛି। କେତେକ ରିପୋର୍ଟରୁ ଜଣାପଡିଛି, ଶୀତଦିନରେ ଗରମ ଜଳବାୟୁ ପାଇଁ ଦକ୍ଷିଣକୁ ଉଡ଼ିଥାନ୍ତି। ଏହି ସମୟ ମଧ୍ୟରେ ସେମାନେ ଶୂନ୍‌ରୁ କମ୍‌ ତାପମାତ୍ରାରେ ଅତିଶୟ ମୃତ୍ୟୁବରଣ କରନ୍ତି। କିନ୍ତୁ ଏକାସାଙ୍ଗରେ କାହିଁକି ଏତେ ସଂଖ୍ୟକ ପକ୍ଷୀଙ୍କର ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନାହିଁ।

ଚାଇନା ସଂସ୍କୃତିରେ ମୃତପକ୍ଷୀ ନିରାଶା ଏବଂ ଦୁର୍ଭାଗ୍ୟର ପ୍ରତୀକ ଭାବରେ ବିବେଚନା କରାଯାଏ। ଖ୍ରୀଷ୍ଟିଆନ ଧର୍ମରେ ଆକାଶରୁ ପଡୁଥିବା ପକ୍ଷୀମାନେ ଈଶ୍ବରଙ୍କ କ୍ରୋଧ, ଈଶ୍ୱରୀୟ ନ୍ୟାୟ ଏବଂ ଦଣ୍ଡର ସଙ୍କେତ ଭାବରେ ଦେଖାଯାଏ। ଅନେକ ଭିନ୍ନ ସଂସ୍କୃତି ମଧ୍ୟ ଆକାଶରୁ ପଡୁଥିବା ପକ୍ଷୀମାନଙ୍କୁ ଆସୁଥିବା ବିପଦ ଭାବିଥାନ୍ତି। ସେମାନେ ଏହି ଅଜବ ଘଟଣାକୁ ମୃତ୍ୟୁ ଏକ ଖରାପ ଘଟଣା କିମ୍ବା ଆସୁଥିବା ବିପର୍ଯ୍ୟୟ ସହିତ ଯୋଡ଼ିଥାନ୍ତି, ଯାହା ସର୍ବନାଶର ସଙ୍କେତ ବୋଲି ବିଶ୍ୱାସ କରିଥାନ୍ତି।

Share