ଭୋଟ ଦେବାକୁ ଆସିଥିବା ଲୋକଙ୍କ ଉପରେ ଖସିଲା ସାଇନବୋର୍ଡ : ଶିଶୁ ସମେତ ୫ ଗୁରୁତର ଆହତ

ଦାରିଙ୍ଗବାଡି, ୨୦।୫ (ଅରୁଣ ସାହୁ): ରାଜ୍ୟରେ ଦିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ସୋମବାର ଚାଲିଛି। ମତଦାନବେଳେ ଏକ ଦୁର୍ଘଟଣା ଘଟିଛି। ସାଇନବୋର୍ଡ଼ ଖସି ଯିବାରୁ ଜଣେ ଶିଶୁଙ୍କ ସମେତ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ସମସ୍ତେ ହେଲେ ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡା ପଞ୍ଚାୟତ ପୀଡ଼ଡମାହା ଗ୍ରାମର ଶିଶୁ ଶୁଭସ୍ମିତା ପ୍ରଧାନଙ୍କ ସମେତ ତାଙ୍କ ମା’ ସସ୍ମିତା ପ୍ରଧାନ,ଅନୁପମା ସୁନାମାଝି, ଅରିଗଲୁ ସୁନାମାଝି, ରେଖା ମଲିକ ପ୍ରମୁଖ ସେମାନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।
ପ୍ରକାଶ ଯେ, ଉକ୍ତ ଗ୍ରାମର ମହିଳା ଓ ପୁରୁଷ ମାନେ ନିକଟସ୍ଥ ଗାହେଜୁ ଭୋଟକେନ୍ଦ୍ରକୁ ମତଦାନ କରିବାକୁ ଯାଇଥିଲେ। ଉକ୍ତ କେନ୍ଦ୍ର ପରିସର ମଧ୍ୟରେ ଇଟା, ସିମେଣ୍ଟରେ ତିଆରି ଏକ ସାଇନବୋର୍ଡ଼ ରହିଥିଲା। ଭୋଟ ଦେବାକୁ ଆସିଥିବା ମହିଳାମାନେ ସାଇନବୋର୍ଡ ତଳେ ଛାଇ ରହିଥିବାରୁ ସେଠି ଭୋଟ ଦେବାକୁ ବସି ଅପେକ୍ଷା କରିଥିଲେ। କିଛି ସମୟ ବସିଛନ୍ତି ହଠାତ ଉକ୍ତ ସାଇନବୋର୍ଡ଼ଟି ଭୁଶୁଡି ମହିଳାମାନଙ୍କ ଉପରେ ପଡିଥିଲା। ସାଇନବୋର୍ଡ଼ ଭିତରେ ଚାପି ହୋଇଥିବା ସମସ୍ତଙ୍କୁ ଉଦ୍ଧାର କରି ଦାରିଙ୍ଗବାଡି ସ୍ବାସ୍ଥ୍ୟକେନ୍ଦ୍ର କୁ ଅଣାଯାଇଥିଲା।