ବାର୍ଷିକ ଋଣ ଯୋଜନାରେ ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୬।୧୧: ଓଡ଼ିଶାର ୧୭୭ ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବଠକ ସୋମବାର ଭୁବନେଶ୍ୱରର ଜୟଦେବ ବିହାର ନିକଟସ୍ଥ ହୋଟେଲ ମେ’ଫେୟାରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୟୁକୋ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଏସ୍‌ଏଲ୍‌ବିସି ଓଡ଼ିଶାର ଅଧ୍ୟକ୍ଷ ବିଜୟ କୁମାର ନିବୃତି କାମ୍ବଲେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ବାଗତ କରିବା ସହ ବାର୍ଷିକ ଋଣ ଯୋଜନା, ସିଡି ଅନୁପାତ, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ସାମାଜିକ ସୁରକ୍ଷା ଯୋଜନାର ସଫଳତା ଉପରେ ଆଲୋକପାତ କରିଥିଲେ। ସେହିଭଳି ଶିକ୍ଷାଋଣ, ଗୃହଋଣ, କୃଷିକୁ ନିବେଶ ଋଣ, ରପ୍ତାନି ଋଣ, ବିଭିନ୍ନ କ୍ଲଷ୍ଟରର ବିକାଶ ଆଦି କ୍ଷେତ୍ରରେ ଉନ୍ନତି ଆଣିବାକୁ ସେ ପରାମର୍ଶ ଦେଇଥିଲେ। ୨୦୨୪ ସେପ୍ଟେମ୍ବର ୩୦ ସୁଦ୍ଧା ଓଡ଼ିଶା ରାଜ୍ୟର ସମସ୍ତ ବ୍ୟାଙ୍କ ବାର୍ଷିକ ଋଣ ଯୋଜନାରେ ୧,୦୩,୮୮୯ କୋଟି ଟଙ୍କା ଋଣ ଦେଇଛନ୍ତି, ଯାହାକି ନର୍ଦ୍ଧାରିତ ବାର୍ଷିକ ଲକ୍ଷ୍ୟ ୨,୧୦,୫୪୬ କୋଟି ଟଙ୍କାର ୪୯.୩୪% ଅଟେ। କୃଷିଋଣ ଲକ୍ଷ୍ୟର ୫୩.୦୦% ଏବଂ ଏମଏସଏମଇ ଋଣ ଲକ୍ଷ୍ୟର ୫୬.୮୯% ହାସଲ ହୋଇଛି। ୨୦୨୪ ଜୁନ୍‌ ୩୦ ସୁଦ୍ଧା ୭୬.୦୬%ରୁ ବୃଦ୍ଧି ପାଇ ସେପ୍ଟେମ୍ବର ୩୦ସୁଦ୍ଧା ସିଡି ଅନୁପାତ ୭୬.୩୫% ରହିଛି। ସେପ୍ଟେମ୍ବର ୩୦, ୨୦୨୪ସୁଦ୍ଧା ଓଡ଼ିଶାରେ ବ୍ୟାଙ୍କଗୁଡ଼ିକ ପିଏମଜେଡିୱାଇ ଅଧୀନରେ ୪୭.୬୩%, ପିଏମଜେଜେବିୱାଇ ଅଧୀନରେ ୭୧.୮୭%, ପିଏମଏସବିୱାଇ ଅଧୀନରେ ୬୪.୫୬% ଏବଂ ଏପିୱାଇ ଅଧୀନରେ ୫୧.୪୩% ଲକ୍ଷ୍ୟ ହାସଲ କରିଛନ୍ତି। ରିଜର୍ଭ ବ୍ୟାଙ୍କ, ଭୁବନେଶ୍ୱରର ଆଞ୍ଚଳିକ ନିର୍ଦ୍ଦେଶକ ଡ. ସାରଦା ପ୍ରସନ୍ନ ମହାନ୍ତି ରିଜର୍ଭ ବ୍ୟାଙ୍କ ନୀତି, ପ୍ରାଥମିକତା କ୍ଷେତ୍ର ଲକ୍ଷ୍ୟ, ଓଡ଼ିଶାରେ ଶତପ୍ରତିଶତ ଡିଜିଟାଲ ଲକ୍ଷ୍ୟ ହାସଲ, ଜିଡିପି ଅଭିବୃଦ୍ଧି ଓ ମୁଦ୍ରାସ୍ଫୀତି, ରାଜ୍ୟର ସିଡି ଅନୁପାତରେ ଉନ୍ନତି ଉପରେ ଆଲୋକପାତ କରିଥିଲେ। ନୂଆ ଗ୍ରାହକଙ୍କ ଋଣ ପ୍ରସ୍ତାବ, ପ୍ରୋତ୍ସାହନ ଓ ଋଣ ମଞ୍ଜୁରୀ ଉପରେ ତ୍ୱରିତ ନିଷ୍ପତ୍ତି ନେବାକୁ ସେ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଶାଖାସ୍ତରରେ କାର୍ଯ୍ୟକାରୀ କରିବା ପାଇଁ ଏସଏଲବିସି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ବନ୍ଧରେ ନିର୍ଦ୍ଦେଶନାମା ଜାରି କରିବାକୁ ସେ ବ୍ୟାଙ୍କ ପ୍ରଶାସନିକ ମୁଖ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି
ଓଡ଼ିଶା ସରକାରଙ୍କ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ୧୦ଟି ଫୋକସ ପଏଣ୍ଟ ଉପରେ ଆଲୋକପାତ କରିଥିଲେ, ଯଥା ଭିଜନ ଓଡ଼ିଶା୨୦୩୬ ଏବଂ ଭିଜନ ଇଣ୍ଡିଆ୨୦୪୭, ଋଣର ଯଥେଷ୍ଟତା, ଋଣର ଗୁଣବତ୍ତା, ଅଳ୍ପ ବିକଶିତ ଜିଲାର ବିକାଶ ସୁନିଶ୍ଚିତ କରିବା ପାଇଁ ଆଞ୍ଚଳିକ ବିକାଶ, ବ୍ୟାଙ୍କିଙ୍ଗର ସହଜତା, ଆଇଇସି ସମ୍ବନ୍ଧୀୟ କାର୍ଯ୍ୟକଳାପ ବୃଦ୍ଧି, ଆଇଟି, ବ୍ୟବସାୟ ପ୍ରକ୍ରିୟା ପୁନର୍ଗଠନ, ବ୍ୟାଙ୍କିଙ୍ଗରେ ଅଭିନବତା,ସରକାରଙ୍କ ପ୍ରାୟୋଜିତ ଯୋଜନାରେ ଉନ୍ନତି, ଆବାସ, ଶିକ୍ଷା ଓ ରପ୍ତାନି ଏବଂ ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ, ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ କମିଶନର ତଥା ସଚିବ ଗୁହାପୁନମ ଟି ବାର୍ଷିକ ଋଣ ଯୋଜନା, ସରକାରଙ୍କ ପ୍ରାୟୋଜିତ ଯୋଜନା ଇତ୍ୟାଦିର ବିଭିନ୍ନ ଦିଗ ଉପରେ ନିଜର ମତାମତ ରଖିଛନ୍ତି । ଉଦ୍ୟାନ କୃଷି ନିର୍ଦ୍ଦେଶକ, ଶିଳ୍ପ ନିର୍ଦ୍ଦେଶକ ଓ ସଂସ୍ଥାଗତ ଅର୍ଥ ନିର୍ଦ୍ଦେଶକ ମଧ୍ୟ ନିଜ ନିଜ ବିଭାଗ ଉପରେ ମତାମତ ରଖିଛନ୍ତି। ୟୁକୋ ବ୍ୟାଙ୍କର ମହାପ୍ରବନ୍ଧକ ତଥା ଏସଏଲବିସି ଓଡ଼ିଶାର ଆବାହକ ଗୌତମ ପାତ୍ର ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ସେପ୍ଟେମ୍ବର୨୦୨୪ରେ ଶେଷ ହୋଇଥିବା ପ୍ରଥମାର୍ଦ୍ଧରେ ସମସ୍ତ ବ୍ୟାଙ୍କର କାର୍ଯ୍ୟଦକ୍ଷତା ପ୍ରଦର୍ଶନ ଉପରେ ଆଲୋଚନା କରିଥିଲେ। ଶେଷରେ ଏସ୍‌ଏଲବିସି ଓଡ଼ିଶା ପ୍ରଭାରୀ ଲିଙ୍ଗରାଜ ନାୟକ ସଭାରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ତଥା ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ପେଟପୁରା ଖାଦ୍ୟ ନ ଦେଇ ଚାଉଳ ବଳକାଇ ଆତ୍ମା ସାତ କରୁଛି ମହିଳା ଗୃହ, ପ୍ରଧାନ ଶିକ୍ଷକଙ୍କ ଆଦେଶକୁ ଅବମାନନା

କେସିଙ୍ଗା,୧୬.୪(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଅଧମୁଣ୍ଡା ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ଅନୁସୂଚିତ ଜନଜାତି,ଅନୁସୂଚିତ ଜାତି ଉନ୍ନୟନ ବିଭାଗର ବାଳକ...

ପାନୀୟ ଜଳ ସମସ୍ୟାକୁ ନେଇ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କଲେ ପୋଖରା ଗ୍ରାମବାସୀ, ସୋଲାର ପମ୍ପ ଟ୍ୟାଙ୍କ ଦାରା ପାନୀୟ ଜଳ ଯୋଗାଣ ପାଇଁ ଦାବି

ଥୁଆମୂଳ ରାମପୁର,୧୬।୪-(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ପଞ୍ଚାୟତ ସ୍ଥିତ ପୋଖରା ଗ୍ରାମରେ ପାନୀୟ ଜଳ ସମସ୍ୟାକୁ ନେଇ ବିଡ଼ିଓଙ୍କୁ ଲିଖିତ...

ଥଣ୍ଡା ଭଲ କରିବା ପାଇଁ ୪ବର୍ଷର ଶିଶୁକୁ ସିଗାରେଟ ପିଆଇଲେ ଡାକ୍ତର

ନୂଆଦିଲ୍ଲୀ,୧୬।୪: ଉତ୍ତର ପ୍ରଦେଶର ଜଲାଉନ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଓ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି। ଏକ ସାମୁଦାୟିକ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚସି)ରେ କାର୍ଯ୍ୟ କରୁଥିବା...

Video: ନଦୀରେ ପଶି ରିଲ୍ ଶୁଟିଂ କରୁଥିଲେ ମହିଳା, ପ୍ରବଳ ସ୍ରୋତରେ ଭାସିଗଲେ

ନୂଆଦିଲ୍ଲୀ,୧୬ା୪: ଉତ୍ତରାଖଣ୍ଡରେ ଏକ ରିଲ୍ ସୁଟିଂ କରୁଥିବା ସମୟରେ ଜଣେ ମହିଳା ନଦୀରେ ବୁଡ଼ି ଭାସି ଯାଇଛନ୍ତି। ଯାହା ନେପାଳର ଏକ ପରିବାର ପାଇଁ ଏକ...

ଚୁପ୍‌ ରହିଲେ ମିଳିବ ୧ଲକ୍ଷ ଡଲାର…ଏହି ମହିଳାଙ୍କୁ ମସ୍କ କାହିଁକି ଦେଲେ ଏମିତି ସାଂଘାତିକ ଅଫର୍‌

ନୂଆଦିଲ୍ଲୀ,୧୬।୪: ଆମେରିକୀୟ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଆଶ୍ଲେଷ୍ଟ କ୍ଲେୟାର (୨୬) ଦାବି କରିଛନ୍ତି ଯେ ଟେସଲା ଓ ସ୍ପେସଏକ୍ସ ମୁଖ୍ୟ ଏଲନ ମସ୍କ (୫୩) ତାଙ୍କ...

ଖଣିଜ ସମ୍ପଦରେ ଭରା ଓଡ଼ିଶାର ଶ୍ରେଷ୍ଠ ୬ ଜିଲା, ରାଜ୍ୟ ଅର୍ଥନୀତିର ମୂଳ ଶକ୍ତି

ଓଡ଼ିଶା ଭାରତର ଖଣିଜ ସମ୍ପଦରେ ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ଅନ୍ୟତମ, ଯାହା ଲୌହ ଖଣିଜ, କୋଇଲା, ବକ୍ସାଇଟ୍, ମାଙ୍ଗାନିଜ୍, କ୍ରୋମାଇଟ, ଚୂନ ପଥର ଏବଂ ଅନ୍ୟାନ୍ୟ...

Jio Plan: ୨୬ଟଙ୍କାରେ ମିଳିବ ମାସେ ଯାଏ ଭ୍ୟାଲିଡିଟି, ଜିଓର ଧମାକାଦାର ପ୍ଲାନ

ଜିଓ ୟୁଜର୍ସଙ୍କ ପାଇଁ ଖୁସି ଖବର। ଏଣିକି ଉପଭୋକ୍ତାମାନଙ୍କୁ ମାତ୍ର 26 ଟଙ୍କାରେ 28 ଦିନର ବୈଧତା ସହିତ ସବୁଠାରୁ ଶସ୍ତା ପ୍ଲାନ ମିଳିବ। ଏହି...

ବହୁଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲା, ୨୫ବର୍ଷ ପରେ ଜେଲରୁ ମୁକୁଳିଲେ ଦାରା ସିଂଙ୍କ ସହଯୋଗୀ ମହେନ୍ଦ୍ର

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବହୁଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିବା ଅନ୍ୟତମ ଦୋଷୀ ମହେନ୍ଦ୍ର ହେମ୍ରମଙ୍କୁ ଜେଲରୁ ମୁକ୍ତି ମିଳିଛି। ମହେନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image