Categories: ଜାତୀୟ

କନ୍ୟା ଅପହରଣ ମାମଲାକୁ ନେଇ ସିକରରେ ଇଣ୍ଟରନେଟ୍‌ ସେବା ବନ୍ଦ

ଜୟପୁର,୨୫।୪: ରାଜସ୍ଥାନର ସିକରରେ ଏକ କନ୍ୟା ଅପହରଣ ମାମଲାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଜାଠ ସମାଜର ବିଭିନ୍ନ ସଙ୍ଗଠନ ପକ୍ଷରୁ ଗୁରୁବାର ସିକର ବନ୍ଦ ଘୋଷଣା କରାଯିବା ସହ ଲୋକେ ଜିଲାପାଳ ଓ ଏସ୍‌ପି ଅଫିସ ଘେରାଉ କରିଛନ୍ତି। ଏଠାରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବାକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ପରିସ୍ଥିତିକୁ ଦେଖି ସରକାର ତୁରନ୍ତ ଏହାର ସମାଧାନ କରିବାକୁ ଆଡିସନାଲ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଏପ୍ରିଲ ୧୮ରେ ହଂସ କନଓ୍ବର ନାମକ ଜଣେ ଯୁବକ ସିକରର ଜଣେ କନ୍ୟାକୁ ଅପହରଣ କରିଥିବା ବେଳେ ପୋଲିସ ହାତରେ ଧରାପଡିଥିଲେ। ପରେ ତାଙ୍କୁ ୨ ଦିନିଆ ରିମାଣ୍ଡରେ ପଠାଇ ଦିଆଯାଇଥିଲା।

Share