Categories: ଜାତୀୟ

କନ୍ୟାଙ୍କୁ ବରଣମାଳା ପିନ୍ଧାଇ ଟଏଲେଟ୍‌ ଯାଉଛି କହି ମଣ୍ଡପରୁ ବର ଛୁ’: ଆଉ ତା’ପରେ

ଜୟପୁର,୬।୭: ରାଜସ୍ଥାନର ଜୟପୁରରେ ଏକ ଅଭାବନୀୟ ଘଟଣା ଘଟିଛି। କନ୍ୟାଙ୍କୁ ବରଣମାଳା ପିନ୍ଧାଇ ଟଏଲେଟ୍‌ ଯାଉଛି କହି ବର କେଉଁ ଆଡେ ପଳାଇ ଯାଇଥିଲେ। କନ୍ୟା ଘର ଲୋକେ ବରକୁ ଅପେକ୍ଷା କରି ଆଇନର ଆଶ୍ରୟ ନେଇଛନ୍ତି। ସେପଟେ ବର ମଣ୍ଡପରୁ ଯାଇ ନିଜ ଭାବି ଭାଉଜଙ୍କୁ ବିବାହ କରିଛନ୍ତି। ଏଭଳି ରୋଚକ ଘଟଣା ଘଟିଛି ରାଜସ୍ଥାନର ତାରପୁରା ଗ୍ରାମରେ। ଅଭିଯୋଗ ହେଉଛି, ମଣ୍ଡପରେ ବର ଏବଂ ତାଙ୍କ ପିତା କନ୍ୟାଙ୍କ ପିତାଙ୍କୁ ଲକ୍ଷେ ଟଙ୍କା ଏବଂ ବାଇକ୍‌ ଦେବାକୁ କହିଥିଲେ। ଏଥିରେ କନ୍ୟାଙ୍କ ପିତା ଅକ୍ଷମତା ପ୍ରକାଶ କରିଥିତ୍ଲେ। ପରେ ବର ଟଏଲେଟ ଯାଉଛି କହି ବର ମଣ୍ଡପରୁ ଚମ୍ପଟ ମାରିଥିଲେ। କନ୍ୟା ଘର ଲୋକେ ବର ଏବଂ ତାଙ୍କ ପରିବାର ବିରୋଧରେ ଏକ ମାମଲା ରୁଜୁ କରିଥିଲେ। ସେପଟେ ବର ମଣ୍ଡପରୁ ଯାଇ ନିଜ ଭାଇ ପାଇଁ ବିବାହ ସ୍ଥିର ହୋଇଥିବା କନ୍ୟାଙ୍କୁ ବିବାହ କରିଛନ୍ତି।

Share