Categories: ଜାତୀୟ

ପଗଡ଼ି ଦ୍ୱାରା ଆହତ ସୈନ୍ୟଙ୍କ ଜୀବନ ବଞ୍ଚାଇଲେ ଶିଖ୍‌ ଯବାନ

ରାୟପୁର, ୬ା୪- ମାଓବାଦୀଙ୍କ ଆକ୍ରମଣରେ ଆହତ ହୋଇଥିବା ସୈନ୍ୟଙ୍କ ଜୀବନ ବଞ୍ଚାଇଛନ୍ତି ଶିଖ୍‌ ଯବାନ। ଆହତ ସୈନ୍ୟଙ୍କ ରକ୍ତ ରୋକିବା ପାଇଁ ଶିଖ ଯବାନ ପଗଡ଼ି ଖୋଲିଥିଲେ। ଏହାର କିଛି ସମୟ ପରେ ସାଥି ସୈନ୍ୟଙ୍କ ଜୀବନ ବଞ୍ଚାଇଥିତ୍ବା ଶିଖ ଯବାନଙ୍କୁ ଲାଗିଥିଲା ଗୁଳି।

କୋବ୍ରା କମାଣ୍ଡୋ ବଲରାଜ ସିଂ ଓ ତାଙ୍କ ଯୋଗୁ ମୃତ୍ୟୁ ମୁଖରୁ ଫେରି ଆସିଥିବା ସବ୍‌ ଇନ୍ସପେକ୍ଟ ଅଭିଷେକ ପାଣ୍ଡେ ଏବେ ରାୟପୁରର ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ଛତିଶଗଡ଼ର ସୁକମା ଓ ବିଜାପୁର ଜିଲା ସିମାନ୍ତରେ ଶନିବାର ୪୦୦ ମାଓବାଦୀମାନେ ୩ ଆଡ଼ୁ ଗୁଳିବର୍ଷା କରିଥିଲେ। ଏଥିରେ ଶହୀଦ ହୋଇଥିଲେ ୨୨ ସୁରକ୍ଷା କର୍ମୀ।

ପେଟରେ ଗୁଳି ଖାଇଥିବା ବଲରାଜ କହିଛନ୍ତି, ପ୍ରାଥମିକ ଚିକିତ୍ସା ପ୍ରଦାନ କରୁଥିବା ଜବାନ ସ୍ପେଶାଲ ଟାସ୍କ ଫୋର୍ସର ଆହତ ଯବାନଙ୍କ ପାଖରେ ଥିଲେ। ସେହି ସମୟରେ ଗ୍ରେନେଡ୍‌ ବିସ୍ଫୋରଣରେ ଆହତ ହୋଇଥିଲେ ଅଭିଷେକ। ତାଙ୍କର ପ୍ରଚୁର ରକ୍ତସ୍ରାବ ହେଉଥିଲା। ମୁଁ ପଗଡ଼ି ଖୋଲି ଇନ୍ସପେକ୍ଟରଙ୍କ ଗୋଡ଼ରେ ବାନ୍ଧି ଦେଇଥିଲି। ୫ ଘଣ୍ଟା ଧରି ଚାଲିଥିବା ଏହି ଏନକାଉଣ୍ଡରେ ୟୁବିଜିଏଲ ଓ ମୋଟାର୍ସ ଭଳି ଅସ୍ତ୍ରର ବ୍ୟବହାର କରିଥିଲେ ମାଓବାଦୀ। ଏହି ଏନକାଉଣ୍ଟରରେ ୨୦ରୁ ଅଧିକ ମାଓବାଦୀଙ୍କ ମୃତ୍ୟୁ ଘଟିଛି।

Share