ଆମେରିକାରେ ଶିଖ-ଇହୁଦୀ ଘୃଣା ଅପରାଧରେ ସର୍ବାଧିକ ପୀଡିତ: ଏଫବିଆଇ ରିପୋର୍ଟ…

ଓ୍ବାଶିଂଟନ,୨୩।୨ : ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ ବ୍ୟୁରୋ (ଏଫବିଆଇ) ଦ୍ୱାରା ଦେଶବ୍ୟାପୀ ଘଟଣାର ବାର୍ଷିକ ସଂକଳନ ଅନୁଯାୟୀ, ୨୦୨୧ ମସିହାରେ ଆମେରିକାରେ ଇହୁଦୀ ଏବଂ ଶିଖ ସମ୍ପ୍ରଦାୟମାନେ ଘୃଣା ଅପରାଧର ସର୍ବାଧିକ ଟାର୍ଗେଟରେ ଥିଲେ । ୨୦୨୧ ମସିହାରେ ଧର୍ମ ସହ ଜଡିତ ୧,୦୦୫ ଘୃଣା ଅପରାଧ ରିପୋର୍ଟ ହୋଇଥିବା ଏଫବିଆଇ କହିଛି।

ଧର୍ମ ଭିତ୍ତିକ ଅପରାଧର ସବୁଠାରୁ ବଡ ବର୍ଗ ହେଉଛନ୍ତି ଇହୁଦୀ। ସେମାନଙ୍କ ବିରୋଧ ୩୧.୯ ପ୍ରତିଶତ ଅପରାଧ ଘଟିଛି। ସେହିପରି ଶିଖ ବିରୋଧୀ ଘଟଣା ୨୧.୩ ପ୍ରତିଶତ ରହିଛି। ଧର୍ମ ଭିତ୍ତିକ ଘୃଣା ଅପରାଧ ମଧ୍ୟରୁ ୯.୫ ପ୍ରତିଶତ ମୁସଲମାନମାନଙ୍କ ବିରୁଦ୍ଧରେ ଥିଲା। କ୍ୟାଥୋଲିକ ବିରୋଧୀ ଘଟଣା ୬.୧ ପ୍ରତିଶତ ଏବଂ ରୁଷିଆ, ଗ୍ରୀକ ତଥା ଅନ୍ୟାନ୍ୟଙ୍କ ବିରୋଧରେ ୬.୫ ପ୍ରତିଶତ ଅପରାଧ ଘଟିଥିଲା।

ମୋଟାମୋଟି ଭାବେ, ଆଇନ ଶୃଙ୍ଖଳା ସଂସ୍ଥା ସମୁଦାୟ ୭,୨୬୨ ଘଟଣା ଏବଂ ୯,୦୨୪ ପୀଡ଼ିତଙ୍କର ରିପୋର୍ଟ କରିଥିଲେ। ଏଫବିଆଇ କହିଛି ଯେ ଘୃଣା ଅପରାଧ ସମଗ୍ର ଦେଶରେ ସମ୍ପ୍ରଦାୟ ପାଇଁ ଚିନ୍ତାର କାରଣ ପାଲଟିଛି। ୨୦୨୧ ବର୍ଷରେ ଏଫବିଆଇ ପରିସଂଖ୍ୟାନ ଅନୁଯାୟୀ, ୬୪.୮ ପ୍ରତିଶତ ପୀଡିତଙ୍କୁ ଟାର୍ଗେଟ କରାଯାଇଥିଲା କାରଣ ଅପରାଧୀମାନେ ଜାତି, ବର୍ଣ୍ଣ ଏବଂ ଜାତି ପ୍ରତି ପକ୍ଷପାତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏବର୍ଷ ମୌସୁମୀରେ କିପରି ହେବ ବର୍ଷା ? IMDର ବଡ଼ ଭବିଷ୍ୟବାଣୀ, ତାତିକୁ ନେଇ ବି କଲା ସତର୍କ

ନୂଆଦିଲ୍ଲୀ,୧୫।୪: ଆଗାମୀ ମୌସୁମୀ ଋତୁରେ ଭାରତରେ ସ୍ବାଭାବିକଠାରୁ ଅଧିକ ବୃଷ୍ଟିପାତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମଙ୍ଗଳବାର କହିଛି। ଫଳରେ କୃଷିଭିତ୍ତିକ ଅର୍ଥନୀତି...

କେରଳରେ ବସ୍‌ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ମୋହନା,୧୫ା୪ (ମନ୍ମଥ ମିଶ୍ର): ଗଜପତିରେ ପୁଣି ଦାଦନ ଦୁଃଖ। କେରଳରେ ବସ ଧକ୍କାରେ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ମୋହନା ଥାନା...

ନାରୀ ନିର୍ଯାତନା-ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦ: ଦାରିିଙ୍ଗବାଡ଼ିରେ କଂଗ୍ରେସର ମଶାଲ ଶୋଭାଯାତ୍ରା

ଦାରିଙ୍ଗବାଡି,୧୫।୪ (ଅରୁଣ ସାହୁ)- ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ଓ ରନ୍ଧନ ଗ୍ୟାସର ଦରବୃଦ୍ଧି ପ୍ରତିବାଦରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କଂଗ୍ରେସ ପକ୍ଷରୁ ମଶାଲ...

ସୁଶାନ୍ତ ମହାପାତ୍ର ହେଲେ ବରଗଡ଼ ଜିଲା ବିଜେଡି ସଭାପତି

ବରଗଡ଼, ୧୫।୪(ପ୍ରେମାନନ୍ଦ ଖମାରୀ): ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ବରଗଡ଼ର ଯୁବ ସଂଗଠକ ତଥା ବର୍ତ୍ତମାନର ଜିଲା ବିଜେଡି କାର୍ଯ୍ୟକାରୀ ସଭାପତି ସୁଶାନ୍ତ ମହାପାତ୍ର...

ଧାନକେଣ୍ଡାରେ ଅଗାଡ଼ି: ଜିଲାପାଳଙ୍କୁ ଫେରାଦ ହେଲେ ବରଗଡ଼ ଚାଷୀ

ବରଗଡ଼,୧୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚାଷୀଙ୍କୁ ସମସ୍ୟା ପିଛା ଛାଡୁ ନାହିଁ। କେତେବେଳେ ଫସଲରେ ରୋଗପୋକ ତ ଆଉକେବେ ଝଡବର୍ଷା ଯୋଗୁ ଚାଷୀଙ୍କ ଫସଲ ଉଜୁଡି...

ବଡ଼ ଖବର: ବିଜେଡି ସଭାପତିଙ୍କ ନାଁ ଘୋଷଣା

ଭୁବନେଶ୍ୱର,୧୫।୪: ବଡ଼ ଖବର। ବିଜେଡିକୁ ମିଳିଛି ୧୮ ସଭାପତି। ଅର୍ଥାତ ୧୮ ଜିଲାକୁ ମିଳିଲା ବିଜେଡି ସଭାପତି । ବିଜେଡି ସାଗଂଠନିକ ନିର୍ବାଚନରେ ୧୮ ଜିଲାର ସଭାପତି...

PhonePe UPI Circle Feature: ୟୁପିଆଇରେ ଆସିଲା ନୂଆ ଫିଚର୍‌, ଏବେ ପେମେଣ୍ଟ କରିବା ହୋଇଯିବ ସହଜ… 

ନୂଆଦିଲ୍ଲୀ,୧୫।୪: ଭାରତରେ ଡିଜିଟାଲ ପେମେଣ୍ଟର ଯୁଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବର୍ତ୍ତମାନ ସମୟରେ ଆପଣ ଗାଁରୁ ସହର ପର୍ଯ୍ୟନ୍ତ ଅନଲାଇନ୍‌ ପେମେଣ୍ଟର ବିକଳ୍ପ ପାଇବେ।...

୧୬ ପିଲା…ପ୍ରେମିକଙ୍କ ପାଇଁ ବଡ଼ କାମ କଲେ ସ୍ମୃତି ମନ୍ଧାନା

ନୂଆଦିଲ୍ଲୀ,୧୫।୪: ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା କ୍ରିକେଟରୁ ବିରତି ନେଇ ଏବେ ତାଙ୍କ ଜନ୍ମସ୍ଥାନ ସାଙ୍ଗଲିରେ ଛୁଟି କାଟୁଛନ୍ତି। ଏହାର ଟିକିନିକି ଅପ୍‌ଡେଟ୍‌ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image