Categories: ଜାତୀୟ

ନିଜ ଗୁଳିରେ ଟଳିଲେ ଶିଖ୍‌ ପୂଜକ

ନୂଆଦିଲ୍ଲୀ, ୧୭ା୧୨: କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ସିଂଘୁ ସୀମାରେ ଆନ୍ଦୋଳନରତ ଚାଷୀଙ୍କ ସଂଘର୍ଷ ଓ ଦୁର୍ଦ୍ଦଶାରେ ମର୍ମାହତ ହୋଇ ଜଣେ ଶିଖ୍‌ ପୂଜକ ବୁଧବାର ଆତ୍ମହତ୍ୟା କରିଛନ୍ତି। ମୃତକ ହରିୟାଣାର ଜଣେ ଧର୍ମପ୍ରଚାରକ ବାବା ରାମ ସିଂ(୬୫) ବୋଲି ଜଣାପଡିଛି। କେନ୍ଦ୍ର ସରକାର ଚାଷୀଙ୍କ ସମସ୍ୟା ସମାଧାନ କରୁ ନ ଥିବା ଏବଂ ସେମାନଙ୍କ ପ୍ରତି ଅନ୍ୟାୟ କରୁଥିବାରୁ ଏହାର ପ୍ରତିବାଦ ସ୍ବରୂପ ସେ ଆତ୍ମହତ୍ୟା କରିଥିବା ଏକ ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ କରିଛନ୍ତି। ତାଙ୍କ ନିକଟରୁ ଜବତ ଏହି ନୋଟ୍‌ରେ ଆହୁରି ଲେଖା ଯାଇଛି, ନିଜ ଅଧିକାର ପାଇଁ ଚାଷୀମାନେ ଏଭଳି ଲଢ଼ୁଥିବାବେଳେ ସରକାର କିଛି କରୁ ନ ଥିବା ତାଙ୍କୁ ଦୁଃଖ ଦେଇଛି। ତାଙ୍କ ଆତ୍ମହତ୍ୟା ସରକାରଙ୍କ ଦମନ ନୀତି ବିରୋଧରେ ସ୍ବର ବୋଲି ଉଲ୍ଲେଖ ରହିଛି।

Share