ଇତିହାସରେ ପ୍ରଥମ: ଦାଢି-ପଗଡ଼ିି ସହ ଆମେରିକାର ମେରାଇନ କର୍ପସ ତାଲିମ ଶେଷ କଲେ ଶିଖ ଯୁବକ

ଓ୍ବାଶିଂଟନ୍‌,୧୪।୮:ଆମେରିକାର ଜଣେ ୨୧ ବର୍ଷ ବୟସ୍କ ଶିଖ ଯୁବକ  ନିଜର ଧାର୍ମିକ ବିଶ୍ୱାସ ନ ଛାଡି ଆମେରିକାର ମେରାଇନ କର୍ପସ ତାଲିମ ସମାପ୍ତ କରିଛନ୍ତି। ସାନ ଡିଏଗୋରେ ମେରାଇନ କର୍ପସ ନିଯୁକ୍ତି ତାଲିମ ସମାପ୍ତ କରି ଜସକିରନ ସିଂ ଇତିହାସ ରଚିଛନ୍ତି। ସୂଚନାଯୋଗ୍ୟ ଯେ, ଏପ୍ରିଲରେ ଆମେରିକାର ଫେଡେରାଲ କୋର୍ଟ ସେନାର କର୍ମଚାରୀମାନଙ୍କୁ ସେମାନଙ୍କର ଧାର୍ମିକ ବିଶ୍ୱାସ ସହିତ ସେବା କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ସୂଚନାଯୋଗ୍ୟ, ତିନି ଶିଖ ଏବଂ ମୁସଲମାନ ଯୁବକ ସେମାନଙ୍କ ପ୍ରଶିକ୍ଷଣ ସମୟରେ ସେମାନଙ୍କର ଧାର୍ମିକ ବିଶ୍ୱାସକୁ ପାଳନ କରିବାକୁ ଦାବି କରି ଏକ ମୋକଦ୍ଦମା କରିଥିଲେ। ଉକ୍ତ ମାମଲାରେ ଏପ୍ରିଲରେ ଫେଡେରାଲ କୋର୍ଟ ଏକ ନିର୍ଦ୍ଦେଶ ଜାରି କରିଥିଲେ। ଶିଖ ସୈନିକମାନଙ୍କୁ ଆମେରିକା ସେନା ଏବଂ ବାୟୁସେନାରେ ନିଯୁକ୍ତି ଦିଆଯାଇଛି, ମାତ୍ର ନୌସେନାରେ କେବଳ ସୀମିତ ସଂଖ୍ୟକ ଶିଖ ସୈନିକଙ୍କୁ ସାମିଲ କରାଯାଇଛି ଏବଂ ଏଥିମଧ୍ୟରୁ ମେରାଇନ କମାଣ୍ଡୋଙ୍କ ତାଲିମ ପାଇଁ ବହୁତ ପ୍ରତିବନ୍ଧକ ଅଛି। ମେରାଇନ କମାଣ୍ଡୋଙ୍କ ପ୍ରଶିକ୍ଷଣ ପାଇଁ ସୈନିକମାନଙ୍କୁ ଦାଢି କାଟିବାକୁ ପଡୁଥିଲା, ଯେଉଁଥିପାଇଁ ଶିଖ ସୈନିକମାନଙ୍କୁ ମେରାଇନ କମାଣ୍ଡୋଙ୍କ ପ୍ରଶିକ୍ଷଣରେ ସେମାନଙ୍କର ଧାର୍ମିକ ବିଶ୍ୱାସ ତ୍ୟାଗ କରିବାକୁ ପଡୁଥିଲା।

Share