କଲମ୍ବୋ,୧୮।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ କଲମ୍ବୋରେ ଆରମ୍ଭ ହୋଇଯାଇଛି। ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ବତ୍ତି ନେଇଥିଲା। ଶିଖର ଧାୱନ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି।
ମ୍ୟାଚରେ ଟସ ହେବା ମାତ୍ରେ ଶିଖର ଧାୱନ ଏକ ନିଆରା ରେକର୍ଡ ସୃଷ୍ଟି କରିଥିଲେ। ସେ ଦିନିକିଆରେ ଟିମ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ନେବାରେ ସବୁଠୁ ବୟସ୍କ ଖେଳାଳି ହୋଇଥିଲେ। ଧାୱନ ୩୫ ବର୍ଷ ୨୨୫ ଦିନରେ ଏହି ସୁଯୋଗ ପାଇଲେ। ଏହାପୂର୍ବରୁ ଏହି ରେକର୍ଡ ମହିନ୍ଦର ଅମରନାଥଙ୍କ ନାମରେ ଥିଲା। ସେ ୧୯୮୪ରେ ୩୪ ବର୍ଷ ୩୭ ଦିନରେ ସିଆଲକୋଟରେ ପାକିସ୍ତାନ ବିପକ୍ଷ ଏକ ମ୍ୟାଚରେ ଅଧିନାୟକ ହେବାର ସୁଯୋଗ ପାଇଥିଲେ। ତେବେ ସେହି ମ୍ୟାଚର ଫଳାଫଳ ବାହାରକୁ ଆସିପାରି ନ ଥିଲା। ଦିନିକିଆରେ ଅଧିନାୟକ ଦାୟିତ୍ୱ ନେବାରେ ଶିଖର ଧାୱନ ଟିମ ଇଣ୍ଡିଆର ୨୫ ତମ ଭାରତୀୟ ଖେଳାଳି।