Categories: ଜାତୀୟ

Sikkim Election Result: ସିକିମ କ୍ରାନ୍ତିକାରୀ ମୋର୍ଚ୍ଚାକୁ ମିଳିଲା ବହୁମତ, ଖାତା ଖୋଲି ପାରିଲାନି କଂଗ୍ରେସ

ସିକିମ୍‌,୨।୬: ଜୁନ ୧ରେ ସରିଛି ଶେଷ ପର୍ଯ୍ୟାୟ ନିର୍ବାଚନ। ଶନିବାର ନିର୍ବାଚନ ସରିବା ପରେ ରବିବାର ସିକିମ ଓ ଅରୁଣାଚଳ ପ୍ରଦେଶର ଫଳାଫଳ ଆସିବାକୁ ଯାଉଛି। ଏଥିପାଇଁ ସକାଳୁ ସକାଳୁ ଭୋଟ ଗଣନା ଜାରି ରହିଛି। ସିକିମର ୩୨ଟି ବିଧାନସଭା ଆସନର ଫଳାଫଳ ଅପରାହ୍ନ ସୁଦ୍ଧା ପ୍ରକାଶ ପାଇବ ବୋଲି କୁହାଯାଉଛି।

ସିକିମ କ୍ରାନ୍ତିକାରୀ ମୋର୍ଚ୍ଚା (SKM) ର ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗଙ୍କ ନେତୃତ୍ୱରେ କ୍ଷମତାରେ ଅଛନ୍ତି। ସିକିମ ଡେମୋକ୍ରାଟିକ ଫ୍ରଣ୍ଟ (SDF) ସହିତ SKM ସହ କଡା ଟକ୍କର ହୋଇଛି। ତେବେ ଅନ୍ୟ ବିରୋଧୀ ଦଳ ଭିତରେ ଭାଜପା ଓ କଂଗ୍ରେସ ମଧ୍ୟ ଅଛି। ଏସକେଏମ ୩୨ ସିଟ୍‌ରୁ ୨୪ରେ ଲିଡ୍‌ କରୁଥିବାବେଳେ SDFକୁ ୧ ଭାଜପାକୁ ୧ ମିଳିଥିବାବେଳେ କଂଗ୍ରେସ ଖାତା ଖୋଲି ପାରିନାହିଁ।

Share