Categories: ଜାତୀୟ

ସିକିମ୍‌ର ତିସ୍ତା ଅବବାହିକାରେ ବିସ୍ଫୋରଣ

ଗ୍ୟାଙ୍ଗଟକ,୭।୧୦: ଉତ୍ତର ସିକିମ୍‌ରେ ବାଦଲ ଫଟା ବର୍ଷା ହେତୁ ତିସ୍ତା ନଦୀ ବନ୍ୟାରେ ଭାସିଯାଇ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୫୧କୁ ବୃଦ୍ଧି ପାଇଛି। ଏଥିରେ ୧୧ଜଣ ଯବାନଙ୍କ ସମେତ ୫୧ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଶନିବାର ସକାଳେ ତିସ୍ତା ଅବବାହିବାରେ ଏକ ବଡ ବିସ୍ଫୋରଣ ହୋଇଛି। କୁହାଯାଉଛି କି, ଯବାନଙ୍କ ପଖରେ ଥିବା ଗୋଳା ବାରୁଦ ତିସ୍ତା ନଦୀ କୂଳରେ ବୋହିଯିବା ସମୟରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା। ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ସିକିମ୍‌ରେ ହଠାତ୍‌ ଆସିଥିବା ଏହି ବନ୍ୟାରେ ଯବାନଙ୍କ ସମେତ ସେମାନଙ୍କ ପାଖରେ ଥିବା ଗୋଳା ବାରୁଦ ମଧ୍ୟ ବନ୍ୟାରେ ଭାସି ଯାଇଥିଲା। ଏହା ତିସ୍ତା ଅବବାହିକାରେ ଭାସି ଯାଉଥିବାବେଳେ ବିସ୍ଫୋରଣ ହୋଇଛି। ତେବେ ଏହି ବିସ୍ଫୋରଣରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ।

ସେନା ସ୍ଥାନୀୟ ବାସିନ୍ଦାଙ୍କୁ ସତର୍କ କରିବା ସହ ଅନୁରୋଧ କରି କହିଛି, ଯଦି କୌଣସି ଅସ୍ତ୍ରଶସ୍ତ୍ର କିମ୍ବା ଗୋଳା ବାରୁଦ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବାର ଦେଖାଯାଏ ତେବେ ତୁରନ୍ତ ଅଧିକାରୀମାନଙ୍କୁ ଜଣାଇବାକୁ ଅନୁରୋଧ କରିଛି।

Share