Categories: ଜାତୀୟ

ସିକ୍କିମ ବନ୍ୟା: ମୃତ୍ୟୁ ସଂଖ୍ୟା ୬୯ ବୃଦ୍ଧି, ୧୦୫ରୁ ଅଧିକ ଲୋକ ଏବେ ବି ନିଖୋଜ

ଗ୍ୟାଙ୍ଗଟକ୍‌,୯।୧୦: ସିକ୍କିମରେ ଆସିଥିବା ଅଚାନକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୬୯କୁ ବୃଦ୍ଧି ପାଇଛି। ଏଥିରେ ୯ ଜଣ ସୈନିକ ମଧ୍ୟ ସାମିଲ ଅଛନ୍ତି। ୧୦୫ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜିବା ପ୍ରକ୍ରିୟା ଜାରି ରହିଛି।
ସିକ୍କିମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ କୁହାଯାଇଛି, ବନ୍ୟା ଯୋଗୁ ୪୧,୮୭୦ ଲୋକ ପ୍ରଭାବିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୨୫୬୩ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ରାଜ୍ୟର ୩୦ଟି ରିଲିଫ କ୍ୟାମ୍ପରେ ୬,୮୭୫ ଲୋକ ଆଶ୍ରୟ ନେଇଛନ୍ତି। ୧୦୫ ଜଣ ଲୋକ ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜାଯାଉଛି। ପାକିଙ୍ଗ ଜିଲାରେ ୭୮ ଜଣ, ଗାଙ୍ଗଟକ ଜିଲାର ୨୩ ଜଣ, ମାଙ୍ଗାନରେ ୧୫ ଜଣ ଏବଂ ନାମଚିରେ ୬ ଜଣ ନିଖୋଜ ଅଛନ୍ତି।

Share