Categories: ଜାତୀୟ

ଗର୍ଲଫ୍ରେଣ୍ଡ କଥା ନ ହେବାରୁ ଏମିତି କାଣ୍ଡ ଘଟାଇଲେ ଯୁବକ

ଗାଙ୍ଗଟକ(ସିକ୍କିମ),୧୪।୧୨: ଗର୍ଲଫ୍ରେଣ୍ଡ କଥା ହେବାକୁ ମନା କରି ଦେବାରୁ ଜଣେ ଡାକ୍ତରଙ୍କ ସମେତ ହସ୍ପିଟାଲରେ ଦୁଇ ଜଣଙ୍କୁ ଛୁରାମାଡ଼ କରିଛନ୍ତି ଜଣେ ଯୁବକ। ଏଭଳି ଘଟଣା ରାଜ୍ୟ ସରକାରଙ୍କ ଦ୍ୱାର ପରିଚାଳିତ ଏସ୍‌ଟିଏନ୍‌ଏମ୍‌ ହସ୍ପିଟାଲରେ ଘଟିଛି।

ଫୋନ ଉଠାଉ ନ ଥିବା ଗର୍ଲଫ୍ରେଣ୍ଡଙ୍କୁ ଭେଟିବା ପାଇଁ ହସ୍ପିଟାଲକୁ ଆସିଥିଲେ ଅଭିଯୁକ୍ତ। ତାଙ୍କ ଗର୍ଲଫ୍ରେଣ୍ଡ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସମ୍ପର୍କୀୟଙ୍କୁ ଭେଟିବା ପାଇଁ ଆସିଥିଲେ ଏବଂ ଯୁବକଙ୍କ ସହ ରହିବାକୁ ସେ ମନା କରି ଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସାଥିରେ ଆଣିଥିବା ଛୁରୀରେ ହୃଦରୋଗ ବିଶେଷଜ୍ଞ ଓ ହସ୍ପିଟାଲର ସଫେଇ କର୍ମୀଙ୍କୁ ଆକ୍ରମଣ କରିଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ଏହି ଘଟଣା ଯୋଗୁ କିଛି ସମୟ ପାଇଁ ହସ୍ପିଟାଲରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଆଉ ଏଥିଯୋଗୁ ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଆହତ ଡାକ୍ତରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

Share