Posted inଫୁରସତ

ଚର୍ଚ୍ଚାରେ ‘ସାଇଲେଣ୍ଟ ବାରାତି’, ବିନା ବ୍ୟାଣ୍ଡ-ବାଜାରେ ବରଯାତ୍ରୀ କରୁଛନ୍ତି ଡ୍ୟାନ୍ସ, କାରଣ ଜାଣିଲେ କରିବେ ବାଃ ବାଃ…

ଦେଶରେ ବିବାହ ଋତୁ ଧୁମଧାମରେ ଚାଲିଛି। ବିବାହ ଉତ୍ସବରେ ରଶମ ସାଙ୍ଗକୁ ବେଶୀ ଆକର୍ଷଣୀୟ ହୋଇଥାଏ ବରଯାତ୍ରୀ ଡ୍ୟାନ୍ସ। କୁହାଯାଏ ବରଯାତ୍ରୀ ବିନା ବିବାହ କାର୍ଯ୍ୟକ୍ରମ ଅଧୁରା। ବାରାତିରେ ଡିଜେ ସାଉଣ୍ଡ ସାଙ୍ଗକୁ ବ୍ୟାଣ୍ଡ ବାଜାର ଶଦ୍ଦ ବି ଲୋକଙ୍କୁ ମତୁଆଲା କରିଥାଏ। ବରଯାତ୍ରୀ ସାଙ୍ଗକୁ ରାସ୍ତା କଡରେ ଯାଉଥିବା ଲୋକ ବି ଘଡିଏ ଅଟକି ଗୀତରେ ଝୁମି ଉଠେ। ତେବେ ନିକଟରେ ଏକ ଏପରି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯେଉଁଠି ‘ସାଇଲେଣ୍ଟ ବାରାତି’ କୁହାଯାଉଛି। ଏମାନେ ବିନା ସୋରଶଦ୍ଦରେ ରାସ୍ତାରେ ଡ୍ୟାନ୍ସ କରୁଛନ୍ତି। ଏମାନେ ଡ୍ୟାନ୍ସ କରୁଛନ୍ତି ସତ ହେଲେ ଗୀତ ବାଜିବାର ସୋରଶଦ୍ଦ ଶୁଣାଯାଉ ନାହିଁ।

ଇନଷ୍ଟାଗ୍ରାମ ଆକାଉଣ୍ଟ ‘shefoodie’ରେ ପୋଷ୍ଟ କରାଯାଇଥିବା ଏହି ଭିଡିଓରେ ବାରାତି ବିନା ବ୍ୟାଣ୍ଡ-ବାଜାରେ ନାଚୁଥିବାର ନଜିର ଆସିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ସବୁ ଲୋକ କାନରେ ହେଡଫୋନ ଲଗାଇ ଡ୍ୟାନ୍ସ କରୁଛନ୍ତି। ଏଥିରେ ସେମାନେ ଖୁବ୍‌ ଏନଞ୍ଜୟ ମଧ୍ୟ କରୁଛନ୍ତି। ଭାଇରାଲ ଭିଡିଓରେ ଏହାକୁ ସାଇଲେଣ୍ଟ ବାରାତି ବୋଲି ନାଁ ଦିଆଯାଇଛି।

 

ଭିଡିଓରେ ଆପଣ ଦେଖି ପାରୁଥିବେ, ବର ଠାରୁ ଆମ୍ଭ କରି ବରଯାତ୍ରୀ ପର୍ଯ୍ୟନ୍ତ ସମସ୍ତେ ହେଡଫୋନ ଲଗାଇ ରାସ୍ତାରେ ଡ୍ୟାନ୍ସ କରୁଛନ୍ତି। ତେବେ ଏହାର କାରଣ ଜାଣିଲେ ଆପଣ ଏହି ପଦକ୍ଷେପକୁ ପ୍ରଶଂସା ନ କରି ରହିପାରିବେନି। ରାସ୍ତା କଡରେ ଏକ କ୍ୟାନସର ହସ୍ପିଟାଲ ଅଛି। ସେଠାରେ ଚିକିତ୍ସିତ ରୋଗୀଙ୍କ ଯେପରି ଶଦ୍ଦ ଯୋଗୁ କିଛି ଅସୁବିଧା ନ ହୁଏ ସେଥିପାଇଁ ପୁରା ବରଯାତ୍ରୀ ହେଡଫୋନ ପିନ୍ଧିଛନ୍ତି। ଭିଡିଓ ଭାଇରାଲ ହେବା ସାଙ୍ଗକୁ ୟୁଜର୍ସ ଏହି ପଦକ୍ଷେପକୁ ଖୁବ୍‌ ପ୍ରଶଂସା ମଧ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କଠାରେ ନିର୍ମିତ ହୋଇଥିଲା ମହାଶ୍ରମଙ୍କ ବିଜୟୀ-ବିଗ୍ରହ

ଆମେ ଗତସଂଖ୍ୟାରେ ସୂଚନା ଦେଇଥିଲୁ ୧୨୫୫ ମସିହାରେ ପଗଡ଼ି ସଦୃଶ ବାରଟି ମୁକୁଟ ଲାଙ୍ଗୁଳା ନରସିଂହଙ୍କ ଆଦେଶରେ ଶ୍ରୀପୁରୁଷୋତ୍ତମ କୋଷାଗାରକୁ ଅର୍ଥାତ୍‌ ଶ୍ରୀମନ୍ଦିର ଭଣ୍ଡାରକୁ ପଠାଯାଇଥିଲା।...

୫ ହଜାର କୋଟିର ବିବାହ! କିଏ ସେହି ଲୌରେନ ସାଞ୍ଚେଜ? ଯିଏ ହେବେ Jeff Bezosଙ୍କ ସହଧର୍ମିଣୀ

ମେକ୍ସିକୋ ସିଟି,୨୩।୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ଖୁବ ଶୀଘ୍ର ତାଙ୍କ ପ୍ରେମିକା ଲୌରେନ ସାଞ୍ଚେଜଙ୍କ ସହ ବିବାହ...

ଲୋକଙ୍କ ଭାବନା ଜାଣିପାରିବ ରୋବୋ

ଟୋକିଓ, ୨୩।୧୨: ଭବିଷ୍ୟତରେ ରୋବୋମାନେ କେବଳ ମଣିଷର ଚର୍ମକୁ ସ୍ପର୍ଶ କରି ସେମାନଙ୍କ ଭାବାବେଗ ଜାଣିବାକୁ ସକ୍ଷମ ହେବେ। ‘ଆଇଇଇଇ ଆକ୍ସେସ୍‌’ ଜର୍ନାଲରେ ଏନେଇ ଏକ...

୨୧ ହଜାର ଟଙ୍କାରେ ବିକ୍ରି ହେଲା ଅଣ୍ଡା

ଲଣ୍ଡନ: ସାଧାରଣତଃ ଭାରତରେ ଗୋଟିଏ ଅଣ୍ଡା ୮ରୁ ୧୨ ଟଙ୍କା ମଧ୍ୟରେ ବିକ୍ରି ହୋଇଥାଏ। ତେବେ ନିକଟରେ ବ୍ରିଟେନ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୋଟିଏ ଅଣ୍ଡା ୨୦୦...

୮ ଲକ୍ଷ ଖର୍ଚ୍ଚ କରିବା ସତ୍ତ୍ୱେ ବିଫଳ, ଶେଷରେ ୟୁଟ୍ୟୁବ୍‌ ଛାଡ଼ିଲେ ଫୁଡ୍‌ ବ୍ଲଗର

ନୂଆଦିଲ୍ଲୀ: ସମ୍ପ୍ରତି ୟୁଟ୍ୟୁବ୍‌ ରୋଜଗାରର ଏକ ମାଧ୍ୟମ ପାଲଟିଯାଇଛି। ସେଥିପାଇଁ ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ୟୁଟ୍ୟୁବର ହେବା ପାଇଁ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ...

ଖ୍ରୀଷ୍ଟମାସ ପୂର୍ବଦିନ ପୃଥିବୀରେ ହେବ ତାଣ୍ଡବ! ମାଡିଆସୁଛି ୧୨୦ ଫୁଟ୍‌ର ଆଷ୍ଟ୍ରୋଏଡ

ନୂଆଦିଲ୍ଲୀ,୨୦୧୨: ଖ୍ରୀଷ୍ଟମାସ ପୂର୍ବରୁ ଅର୍ଥାତ ଡିସେମ୍ବର ୨୪ରେ, ମହାକାଶରେ ବିରଳ ଘଟଣା ଘଟିବାକୁ ଯାଉଛି। ବୈଜ୍ଞାନିକଙ୍କ ଅନୁଯାୟୀ, ୧୨୦ ଫୁଟ ଲମ୍ବର ଆଷ୍ଟ୍ରୋଏଡ ପୃଥିବୀ ଆଡକୁ...

ଆଖି ବୁଜିଲେ କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ବିବେକ ପାଙ୍ଗେନି; ଶୁଖୁନି ପତ୍ନୀ ଶ୍ରୀଜାନାଙ୍କ ଆଖିର ଲୁହ

ନୂଆଦିଲ୍ଲୀ: ନିଷ୍ଠୁର ହୋଇଗଲେ ଭଗବାନ। ଦୀର୍ଘଦିନ ଧରି କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ ବିବେକ ପାଙ୍ଗେନି ଶେଷରେ ନିରବି ଗଲେ। ଦୁଇ ବର୍ଷ ଧରି...

ଶନିବାର ଲମ୍ବା ହେବ ରାତି, ମହାକାଶରେ ଦେଖାଯିବ…

ନୂଆଦିଲ୍ଲୀ,୧୯।୧୨: ସରିବାକୁ ଆସିଲାଣି ବର୍ଷ ୨୦୨୪। ତେବେ ବର୍ଷକ ୩୬୫ ଦିନରୁ ଏପରି ଏକ ଦିନ ଆସେ ଯେଉଁ ଦିନଟି ବର୍ଷର ଦିନ ସବୁଠୁ ଛୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri