ଦେଶରେ ବିବାହ ଋତୁ ଧୁମଧାମରେ ଚାଲିଛି। ବିବାହ ଉତ୍ସବରେ ରଶମ ସାଙ୍ଗକୁ ବେଶୀ ଆକର୍ଷଣୀୟ ହୋଇଥାଏ ବରଯାତ୍ରୀ ଡ୍ୟାନ୍ସ। କୁହାଯାଏ ବରଯାତ୍ରୀ ବିନା ବିବାହ କାର୍ଯ୍ୟକ୍ରମ ଅଧୁରା। ବାରାତିରେ ଡିଜେ ସାଉଣ୍ଡ ସାଙ୍ଗକୁ ବ୍ୟାଣ୍ଡ ବାଜାର ଶଦ୍ଦ ବି ଲୋକଙ୍କୁ ମତୁଆଲା କରିଥାଏ। ବରଯାତ୍ରୀ ସାଙ୍ଗକୁ ରାସ୍ତା କଡରେ ଯାଉଥିବା ଲୋକ ବି ଘଡିଏ ଅଟକି ଗୀତରେ ଝୁମି ଉଠେ। ତେବେ ନିକଟରେ ଏକ ଏପରି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯେଉଁଠି ‘ସାଇଲେଣ୍ଟ ବାରାତି’ କୁହାଯାଉଛି। ଏମାନେ ବିନା ସୋରଶଦ୍ଦରେ ରାସ୍ତାରେ ଡ୍ୟାନ୍ସ କରୁଛନ୍ତି। ଏମାନେ ଡ୍ୟାନ୍ସ କରୁଛନ୍ତି ସତ ହେଲେ ଗୀତ ବାଜିବାର ସୋରଶଦ୍ଦ ଶୁଣାଯାଉ ନାହିଁ।
ଇନଷ୍ଟାଗ୍ରାମ ଆକାଉଣ୍ଟ ‘shefoodie’ରେ ପୋଷ୍ଟ କରାଯାଇଥିବା ଏହି ଭିଡିଓରେ ବାରାତି ବିନା ବ୍ୟାଣ୍ଡ-ବାଜାରେ ନାଚୁଥିବାର ନଜିର ଆସିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ସବୁ ଲୋକ କାନରେ ହେଡଫୋନ ଲଗାଇ ଡ୍ୟାନ୍ସ କରୁଛନ୍ତି। ଏଥିରେ ସେମାନେ ଖୁବ୍ ଏନଞ୍ଜୟ ମଧ୍ୟ କରୁଛନ୍ତି। ଭାଇରାଲ ଭିଡିଓରେ ଏହାକୁ ସାଇଲେଣ୍ଟ ବାରାତି ବୋଲି ନାଁ ଦିଆଯାଇଛି।
ଭିଡିଓରେ ଆପଣ ଦେଖି ପାରୁଥିବେ, ବର ଠାରୁ ଆମ୍ଭ କରି ବରଯାତ୍ରୀ ପର୍ଯ୍ୟନ୍ତ ସମସ୍ତେ ହେଡଫୋନ ଲଗାଇ ରାସ୍ତାରେ ଡ୍ୟାନ୍ସ କରୁଛନ୍ତି। ତେବେ ଏହାର କାରଣ ଜାଣିଲେ ଆପଣ ଏହି ପଦକ୍ଷେପକୁ ପ୍ରଶଂସା ନ କରି ରହିପାରିବେନି। ରାସ୍ତା କଡରେ ଏକ କ୍ୟାନସର ହସ୍ପିଟାଲ ଅଛି। ସେଠାରେ ଚିକିତ୍ସିତ ରୋଗୀଙ୍କ ଯେପରି ଶଦ୍ଦ ଯୋଗୁ କିଛି ଅସୁବିଧା ନ ହୁଏ ସେଥିପାଇଁ ପୁରା ବରଯାତ୍ରୀ ହେଡଫୋନ ପିନ୍ଧିଛନ୍ତି। ଭିଡିଓ ଭାଇରାଲ ହେବା ସାଙ୍ଗକୁ ୟୁଜର୍ସ ଏହି ପଦକ୍ଷେପକୁ ଖୁବ୍ ପ୍ରଶଂସା ମଧ୍ୟ କରୁଛନ୍ତି।