Categories: ଫୁରସତ

ସାଇଲେଣ୍ଟ କିଲର ‘ଉଚ୍ଚ ରକ୍ତଚାପ’

ପ୍ରତିବର୍ଷ ମେ ୧୭ରେ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଇଥାଏ। ଏହି ଦିବସ ୱାଲର୍‌ଡ ହାଇପରଟେନଶନ ଲିଗ ଦ୍ୱାରା ଗଠନ ଏବଂ ଆରମ୍ଭ ହୋଇଥିଲା। ଏହି ଲିଗ୍‌ରେ ୮୫ଟି ଜାତୀୟ ଉଚ୍ଚ ରକ୍ତଚାପ ସୋସାଇଟି ଏବଂ ସଂଗଠନ ରହିଛନ୍ତି। ଉଚ୍ଚ ରକ୍ତଚାପ ସମ୍ପର୍କରେ ସଚେତନତା ବୃଦ୍ଧି ପାଇଁ ଏହି ଦିବସ ଆରମ୍ଭ କରାଯାଇଥିଲା। ଉଚ୍ଚ ରକ୍ତଚାପ ରୋଗୀଙ୍କ ମଧ୍ୟରେ ଉପଯୁକ୍ତ ଜ୍ଞାନର ଅଭାବକୁ ଦୃଷ୍ଟିରେ ରଖି ଏହି ଦିବସ ପାଳନ ପାଇଁ ଯୋଜନା ପ୍ରସ୍ତୁତି କରାଯାଇଥିଲା। ୱାଲର୍‌ଡ ହାଇପରଟେନଶନ ଲିଗ୍‌ ଏହାର ପ୍ରଥମ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସକୁ ୧୪ ମେ ୨୦୦୫ରେ ଶୁଭାରମ୍ଭ କରିଥିଲା। ୨୦୦୬ ପରଠାରୁ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପ୍ରତିବର୍ଷ ମେ ୧୭ରେ ପାଳିତ ହୋଇଆସୁଛି। ଶୁଭାରମ୍ଭ ପ୍ରୟାସ ଭାବରେ ଏହାର ଥିମ୍‌ ‘ଉଚ୍ଚ ରକ୍ତଚାପ ବିଷୟରେ ସଚେତନତା’ ଥିଲା। ସାଧାରଣତଃ କୌଣସି ଜଟିଳତା ବିନା ଉଚ୍ଚ ରକ୍ତଚାପ ୧୪୦/୯୦ ଏମ୍‌ଏମ୍‌ଏଚ୍‌ଜି ସ୍ଥିରୀକୃତ ହୋଇଥିବାବେେଳେ ମଧୁମେହ ସମସ୍ୟା କିମ୍ବା କ୍ରନିକ ବୃକକ୍‌ ସମସ୍ୟା କ୍ଷେତ୍ରରେ ଏହା ୧୩୦/୮୦ ଏମ୍‌ଏମ୍‌ଏଚ୍‌ଜିରୁ କମ୍‌ ସ୍ଥିରୀକୃତ ହୋଇଥାଏ। ଆନ୍ତର୍ଜାତିକ ଏବଂ କାନାଡିଆନ ନିର୍ଦ୍ଦେଶାବଳୀ ଦ୍ୱାରା ଏହି କଟ ଅଫ ମୂଲ୍ୟଗୁଡ଼ିକ ସୁପାରିସ କରାଯାଇଛି।
ରକ୍ତଚାପ କୌଣସି ଲକ୍ଷଣ ପ୍ରକାଶ ନ କରି ଶରୀରର ବହୁ କ୍ଷତି କରିଥାଏ। ତେଣୁ ଏହାକୁ ସାଇଲେଣ୍ଟ କୁହାଯାଇଥାଏ।
ଏହି ଦିବସ ଏକ ନିର୍ଦ୍ଦିଷ୍ଟ ଥିମ୍‌ ଉପରେ ପର୍ଯ୍ୟବସିତ ହୋଇଥିବାବେଳେ ଚଳିତ ୨୦୨୩ ବର୍ଷ ପାଇଁ ଏହି ଦିବସର ଥିମ୍‌ ହେଉଛି ”ତୁମର ରକ୍ତଚାପକୁ ଠିକ ଭାବରେ ମାପ, ଏହାକୁ ନିୟନ୍ତ୍ରଣ କର, ଦୀର୍ଘଦିନ ବଞ୍ଚ“(ମେଜର ୟୋର ବ୍ଲଡ ପ୍ରେସର ଆକ୍ୟୁରେଟଲି, କଣ୍ଟ୍ରୋଲ ଇଟ, ଲିଭ ଲଙ୍ଗର)। ଏହି ଦିବସ ଉଚ୍ଚ ରକ୍ତଚାପ ସମ୍ପର୍କରେ ସାରା ବିଶ୍ୱରେ ନିମ୍ନ ସଚେତନତା ହାରର ମୁକାବିଲା କରିବା ଉପରେ ଗୁରୁତ୍ୱାରୋପ କରିଥାଏ।

Share