ଓଡ଼ିଶାରେ ପ୍ରତିଷ୍ଠା ହେବ ସିଲିକନ୍‌ କାର୍ବାଇଡ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୨୮ା୭(ଅନିଲ ଦାସ): ଓଡ଼ିଶାରେ ପ୍ରତିଷ୍ଠା ହେବ ସିଲିକନ୍‌ କାର୍ବାଇଡ୍‌ ପ୍ଲାଣ୍ଟ। ଆମେରିକାସ୍ଥିତ ସିଲିକନ୍‌ ଗ୍ରୁପ୍‌ ଓଡ଼ିଶାରେ ଏହି ପ୍ଲାଣ୍ଟ ପ୍ରତିଷ୍ଠା କରିବ। ଏଥିପାଇଁ ସିଲିକନ୍‌ ପାୱାର ଗ୍ରୁପ୍‌ ୧ ହଜାର କୋଟିର ପୁଞ୍ଜି ନିବେଶ କରିବ। ପ୍ରଥମଥର ପାଇଁ ଓଡ଼ିଶାରେ ଏଭଳି ପ୍ଲାଣ୍ଟ ପ୍ରତିଷ୍ଠା ହେବ। ଏହା ୧୫୦ ଏମ୍‌ଏମ୍‌ କ୍ଷମତା ବିଶିଷ୍ଟ ହେବ। ୧୮ରୁ ୨୪ ମାସ ମଧ୍ୟରେ ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ। ଖୁବ୍‌ଶୀଘ୍ର ସିଲିକନ୍‌ ପାୱାରର ଏକ ଟିମ୍‌ ଓଡ଼ିଶା ଗସ୍ତରେ ଆସିବ। ଆମେରିକା ଗସ୍ତରେ ଥିବା ରାଜ୍ୟ ସରକାରଙ୍କ ଏକ ଟିମ୍‌ ସିଲିକନ୍‌ ଗ୍ରୁପ୍‌ ସହ ଏ ନେଇ ଆଲୋଚନା କରିଛି। ସିଲିକନ୍‌ ଗ୍ରୁପ୍‌ର ସହବନ୍ଧିତ ଭାରତୀୟ କମ୍ପାନୀ ଆର୍‌ଆଇଆର୍‌ ପାଓ୍ବାର ଇଲେକ୍ଟ୍ରୋନିକ୍ସ ଦ୍ୱାରା ଏହି ପୁଞ୍ଜିନିବେଶ କରିବ। ଇଲେକ୍ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟର ଶିଳ୍ପ କ୍ଷେତ୍ରରେ ଗତ ୪ ଦଶନ୍ଧି ଧରି ଖ୍ୟାତି ଅର୍ଜନ କରିଥିବା ଗ୍ରୁପ୍‌ର ପ୍ରମୋଟର ହର୍ଷଦ ମେହେଟ୍ଟା ଏ ନେଇ ଆମେରିକା ଗସ୍ତରେ ଥିବା ଓଡ଼ିଶା ସରକାରଙ୍କ ପ୍ରତିନିଧିମଣ୍ଡଳୀକୁ ଲେଟର ଅଫ୍‌ ଇଣ୍ଟେଣ୍ଟ (ଏଲ୍‌ଓଆଇ) ପ୍ରଦାନ କରିଛନ୍ତି।
ହାଇପାଓ୍ବାର ସେମିକଣ୍ଡକ୍ଟର ଡିଭାଇସ ଏବଂ ୟୁଟିଲିଟି ଆପ୍ଲିକେବଲ ସିଷ୍ଟମ୍‌ର ଡିଜାଇନ, ବିକାଶ ଓ ଉତ୍ପାଦନ ଆଦି କ୍ଷେତ୍ରରେ ଏକ ବୃହତ୍‌ ବୈଷୟିକ ଜ୍ଞାନକୌଶଳ ବିକାଶ ସଂସ୍ଥା ଭାବେ ୟୁଏସ୍‌ ସିଲିକନ୍‌ ପାଓ୍ବାର ଖ୍ୟାତି ଅର୍ଜନ କରିଛି। ରାଜ୍ୟରେ ସେମିକଣ୍ଡକ୍ଟର ଇକୋସିଷ୍ଟମ୍‌ର ବିକାଶ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି। ମେହେଟ୍ଟାଙ୍କ ନେତୃତ୍ୱରେ କମ୍ପାନୀର ଏକ ଟିମ୍‌ ଆସନ୍ତା ମାସକ ମଧ୍ୟରେ ଓଡ଼ିଶା ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ଶିଳ୍ପ ପ୍ରକଳ୍ପ ପାଇଁ ଥିବା ଅନୁକୂଳ ପରିବେଶ ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ନୀତି ଜରିଆରେ ଯୋଗାଇ ଦିଆଯାଉଥିବା ପ୍ରୋତ୍ସାହନ ବିଷୟରେ ଓଡ଼ିଶା ଟିମ୍‌ ସିଲିକନ୍‌ ଗ୍ରୁପ୍‌କୁ ଅବଗତ କରାଇଛି। ନିକଟରେ ରାଜ୍ୟ କ୍ୟାବିନେଟରେ ସେମିକଣ୍ଡକ୍ଟର ମାନୁଫାକ୍ଚରିଂ ଆଣ୍ଡ ଫ୍ୟାବଲେସ୍‌ ପଲିସିକୁ ଅନୁମୋଦନ ଦିଆଯାଇଥିବା ବିଷୟ ମଧ୍ୟ ଟିମ୍‌ ଆଲୋଚନା ବେଳେ ଉଲ୍ଲେଖ କରିଥିଲା। ଆଲୋଚନା ପରେ କମ୍ପାନୀ ପକ୍ଷରୁ ରାଜ୍ୟରେ ମାନୁଫାକ୍ଚରିଂ ୟୁନିଟ୍‌ ସ୍ଥାପନ ପାଇଁ ଏଲ୍‌ଓଆଇ ପ୍ରଦାନ କରାଯାଇଛି। ସିଲିକନ୍‌ ପାଓ୍ବାର ମିଡିୟମ ଭୋଲ୍‌ଟେଜ, ସବ୍‌ସାଇକେଲ ସୁଇଚିଂ ଟେକ୍ନୋଲୋଜି ଆଣ୍ଡ ସଲ୍ୟୁଶନ କ୍ଷେତ୍ରର ଏକ ଯୁଗାନ୍ତକାରୀ କମ୍ପାନୀ। ଏହି କମ୍ପାନୀ ଅନୁବନ୍ଧିତ କମ୍ପାନୀ ଆର୍‌ଆଇଆର୍‌ ପାଓ୍ବାର ଇଲେକ୍ଟ୍ରୋନିକ୍ସ ଜରିଆରେ ଭାରତରେ ଏହାର କାରବାର କରୁଛି। ଆର୍‌ଆଇଆର୍‌ ଶିଳ୍ପଭିତ୍ତିକ, ଇଲେକ୍ଟ୍ରିକ ୟୁଟିଲିଟି, ରେଲଓ୍ବେ, ପ୍ରତିରକ୍ଷା ଆଦି କ୍ଷେତ୍ରରେ କାର୍ଯ୍ୟ କରୁଛି। ରାଜ୍ୟ ସରକାର ରାଜ୍ୟରେ କଟିଂ-ଏଜ୍‌ ମାନୁଫାକ୍ଚରିଂ ଓ ସେମିକଣ୍ଡକ୍ଟର ଇକୋସିଷ୍ଟମ୍‌ ବିକାଶ ପ୍ରତିବଦ୍ଧତା କ୍ଷେତ୍ରରେ ଅହରହ କାର୍ଯ୍ୟ କରୁଛନ୍ତି। ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟିହେବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସେବା ଅପହଞ୍ଚ: ଚଟାଣରେ ଚିକିତ୍ସା, ହାତରେ ସାଲାଇନ

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ସହରାଞ୍ଚଳ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ସର୍ବନିମ୍ନ ମୌଳିକା ସୁବିଧା ସୁଯୋଗ ଅପହଞ୍ଚ ହୋଇପଡ଼ିଛି। ଏଠାରେ ଡାକ୍ତର ଅଭାବ ନିତିଦିନିଆ...

ଅଡୁଆରେ ରେହମାନ, ନୋଟିସ ପରେ ୨ କୋଟି ଟଙ୍କାର ଜରିମାନା ଲଗାଇଲେ ହାଇକୋର୍ଟ

ମୁମ୍ବାଇ: ନୂଆ ଅଡ଼ୁଆରେ ଫସିଛନ୍ତି ଖ୍ୟାତନାମା ସଂଗୀତକାର ଏ ଆର୍‌ ରେହମାନ। ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ଦୁଇ ବର୍ଷ ପୁରୁଣା ଫିଲ୍ମ ‘ପୋନ୍ନିୟିନ ସେଲଭନ ୨’ରେ...

Passport Apply: ଅନ୍‌ଲାଇନ୍‌ରେ ପାସପୋର୍ଟ ପାଇଁ କିଭଳି କରିବେ ଆବେଦନ? କେଉଁ ଡକ୍ୟୁମେଣ୍ଟ ଆବଶ୍ୟକ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିର ଡିଜିଟାଲ ଯୁଗରେ, ପାସପୋର୍ଟ କରିବା ବହୁତ ସହଜ ହୋଇଯାଇଛି। କାରଣ ଜଣେ ଘରେ ବସି ଅନଲାଇନ୍‌ରେ ପାସପୋର୍ଟ ପାଇଁ ଆବେଦନ କରିପାରିବେ। ଏଠାରେ...

MEAର ସ୍ପଷ୍ଟିକରଣ, ବୈଧ ରହିବ ଦୀର୍ଘକାଳିନ ଭିଜା

ନୂଆଦିଲ୍ଲୀ,୨୬।୪: ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ଗୁରୁବାର ସ୍ପଷ୍ଟ କରିଛି ଯେ ପାକିସ୍ତାନୀ ନାଗରିକଙ୍କ ପାଇଁ ସମ୍ପ୍ରତି ଭିଜା ସେବା ସ୍ଥଗିତ କରାଯିବା ସତ୍ତ୍ୱେ ହିନ୍ଦୁ...

White Houseରେ ତୁତୁମେମେ ପରେ ପ୍ରଥମ ଥର ଭେଟିଲେ ଟ୍ରମ୍ପ-ଜେଲନସ୍କି, କ’ଣ କଥାହେଲେ ଜାଣନ୍ତୁ…

ଭାଟିକାନ ସିଟି,୨୬।୪: ଖ୍ରୀଷ୍ଟିଆନ ଧାର୍ମିକ ନେତା ପୋପ ଫ୍ରାନ୍ସିସଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ସାରା ବିଶ୍ୱରୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ପହଞ୍ଚିଥିଲେ। ଶନିବାର ଭାଟିକାନ ସିଟିରେ...

ବଜାରକୁ ଆସିଲା Royal Enfieldର ସବୁଠୁ ଶସ୍ତା ବାଇକ୍‌, କ୍ଲାସିକ୍‌ ୩୫୦କୁ ଦେବ ଟକ୍କର  

ନୂଆଦିଲ୍ଲୀ,୨୬।୪: ବାଇକ ଚାଳକଙ୍କ ମଧ୍ୟରେ ଡୁଗ୍‌-ଡୁଗ୍‌ ସାଉଣ୍ଡ ପାଇଁ ଜଣାଶୁଣା କମ୍ପାନୀ ରୟାଲ ଏନଫିଲ୍ଡ ଏହାର ସବୁଠାରୁ ଶସ୍ତା ବାଇକ ଲଞ୍ଚ କରିଛି। ଏହାର ଏକ୍ସ-ସୋରୁମ...

ବାଂଲାଦେଶରେ ପାକିସ୍ତାନ ମୁତୟନ କଲା Fighter Jet? ପାକ୍‌ ଖବରଦାତା ଦାବି କଲେ…

ଇସଲାମାବାଦ,୨୬।୪: ୨୨ ଏପ୍ରିଲ ୨୦୨୫ରେ ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ରହିଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ପଡ଼ିବ ମରୁଡ଼ି, ଅନ୍ଧାରରେ ବିତିବ ରାତି; ଭାରତର କାର୍ଯ୍ୟାନୁଷ୍ଠାନ ଯୋଗୁ ପାକିସ୍ତାନକୁ ୫ ଝଟ୍‌କା 

ନୂଆଦିଲ୍ଲୀ,୨୬।୪: ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବେ ପାଣି ପାଇଁ ପାକିସ୍ତାନକୁ ହଇରାଣ କରିବା ଆରମ୍ଭ କରିଛି। ଭାରତ ସରକାର ଐତିହାସିକ ସିନ୍ଧୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image