କରୋନା ଭାଇରସ୍‌ଠାରୁ ଦୂରେଇ ରହିବାର ନୂଆ ଅସ୍ତ୍ର ସୋରିଷ ତେଲ

କୋଲକତା,୨୫।୬:ପଶ୍ଚିମବଙ୍ଗର ସିଲିଗୁଡି କମିଶନରେଟ୍‌ ପୋଲିସ ପକ୍ଷରୁ ନିଜ ଅଧିକାରୀଙ୍କୁ ଖାଦ୍ୟରେ ସୋରିଷ ତେଲ ସାମିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କରୋନା ଭାଇରସ୍‌ ସହ ଲଢିବା ପାଇଁ ଏହା ଏକ ନୂଆ ଅସ୍ତ୍ର ବୋଲି କୁହାଯାଇଛି। ସିଲିଗୁଡି ପୋଲିସ ଆୟୁକ୍ତ ତ୍ରିପୁରାରୀ ଅର୍ଥବଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ନିର୍ଦ୍ଦେଣାବଳୀରେ ପୋଲିସ କ୍ୟାଣ୍ଟିନରେ ପ୍ରସ୍ତୁତ ହେଉଥିବା ଭୋଜନରେ ସୋରିଷ ତେଲର ଉପଯୋଗ ବଢାଇବା ପାଇଁ କୁହାଯାଇଛି। କରୋନା ମହାମାରୀ ସମୟରେ ସୋରିଷ ତେଲ ସ୍ବାସ୍ଥ୍ୟ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ ପୋଲିସ ଅଧିକାରୀଙ୍କ ସ୍ବାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା କମିଶନରେଟ୍‌ ପୋଲିସ ପକ୍ଷରୁ କୁହାଯାଇଛି। ପ୍ରାଥମିକ ଭାବେ ଏହା ସଫଳ ସାବ୍ୟସ୍ତ ହୋଇଛି।

Share