Categories: ବାଣିଜ୍ୟ

ସିଲ୍କ ଇଣ୍ଡିଆ ଏକ୍‌ଜିବିଶନ ଉଦ୍‌ଘାଟିତ

ଭୁବନେଶ୍ୱର,୨୪।୮ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱରର ହୋଟେଲ ନ୍ୟୁ ମାରିୟନଠାରେ ଏକ ୯ ଦିନିଆ ସିଲ୍କ ଇଣ୍ଡିଆ ସ୍ବତନ୍ତ୍ର ପ୍ରଦଶର୍ନୀର ଆୟୋଜନ କରାଯାଇଛି। ଏପରିକି ଶୁକ୍ରବାର ସିଲ୍କ ଇଣ୍ଡିଆ ଏକ୍‌ଜିବିଶନ ଆଣ୍ଡ ସେଲ୍‌ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଓଲିଉଡ୍‌ ଅଭିନେତ୍ରୀ ଶିବାନୀ ସଙ୍ଗୀତା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଏହି ପ୍ରଦର୍ଶନୀ ୨୦୨୪ ଅଗଷ୍ଟ ୨୩ ରୁ ୩୧ ପର୍ଯ୍ୟନ୍ତ ସକାଳ ୧୦ ଟା ୩୦ ରୁ ରାତି ୮ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ । ସେହିଭଳି ଏହି ପ୍ରଦର୍ଶନୀ ଗ୍ରାହକମାନଙ୍କୁ ଭାରତର ରଙ୍ଗ, ବିବିଧତା ଓ ପ୍ରତିଭାର ଏକ ଉନ୍ନତ ସୁଯୋଗ ପ୍ରଦାନ କରିଛି। ୧୪ଟି ହସ୍ତତନ୍ତ ବୁଣାକାର ରାଜ୍ୟ ଯଥା ଆସାମ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, କର୍ନାଟକ, ବିହାର, ଓଡ଼ିଶା, ଛତିଶଗଡ଼, ଗୁଜରାଟ, ଜମ୍ମୁ ଓ କଶ୍ମୀର, ପଶ୍ଚିମବଙ୍ଗ ସମେତ ବୁଣାକାରମାନଙ୍କ ସହ ସହଭାଗିତାରେ କାର୍ଯ୍ୟ କରୁଥିବା ୧୦୦ରୁ ଅଧିକ ଡିଜାଇନର ୫୦,୦୦୦ରୁ ଅଧିକ ବିବିଧତା ପୋଷାକ ପ୍ରଦର୍ଶନ କରିଛନ୍ତି। ଏଠାରେ ଦେଶର ପ୍ରତ୍ୟେକ ଅଞ୍ଚଳରୁ ଶାଢ଼ିଠାରୁ ଆରମ୍ଭକରି ଡ୍ରେସ୍‌ ମ୍ୟାଟେରିଆଲ, ସିଲ୍କ ଓ କଟନ ଶାଢ଼ି, ସୁଟ୍‌ ଡ୍ରେସ୍‌ ମ୍ୟାଟେରିଆଲ, ଫ୍ୟାଶନ ଜୁଏଲେରି, ହୋମ୍‌ ଫର୍ନିସିଂ ଡିଜାଇନର ପୋଷାକ ଆଦି ସାମିଲ କରାଯାଇଛି।
ଏ ସମ୍ପର୍କରେ ସିଲ୍କ ଇଣ୍ଡିଆର ଆୟୋଜକ ମାନସ ଆଚାର୍ଯ୍ୟ କହିଛନ୍ତି, ଏହି ହସ୍ତତନ୍ତ ପ୍ରଦର୍ଶନୀର ମୁଖ୍ୟ ସାମାଜିକ ଉଦ୍ଦେଶ୍ୟ ହେଉଛି, ବୁଣାକାରମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ହସ୍ତତନ୍ତ ଶିଳ୍ପକୁ ଏକ ବଜାର ପ୍ରଦାନ କରିବା। ଏହି ପ୍ରଦର୍ଶନୀ ମାଧ୍ୟମରେ ଆମେ ବୁଣାକାର ଓ ସେମାନଙ୍କୁ ହସ୍ତତନ୍ତ ବୁଣା ସାମଗ୍ରୀଗୁଡ଼ିକ ପାଇଁ ଯେଉଁଠାରେ ପ୍ରଦର୍ଶନୀ ସମ୍ଭବ ନୁହେଁ ସେଠାରେ ମଧ୍ୟ ଉନ୍ନତ ବଜାର ସୃଷ୍ଟି କରିବାକୁ ସକ୍ଷମ ହୋଇଛୁ। ପ୍ରଦର୍ଶନର ଉଦ୍ଦେଶ୍ୟ ହେଉଛି, ବ୍ୟବସାୟୀଙ୍କ ବିନା ଗ୍ରାହକଙ୍କ ନିକଟରେ ସିଧାସଳାଖ ଶୁଦ୍ଧ ସିଲ୍କ ଓ କଟନ ଉପତ୍ାଦଗୁଡିକୁ ପହଞ୍ଚାଇବା। ପ୍ରଦର୍ଶିତ ହେଉଥିବା କଟନ ଓ ସିଲ୍କ ହସ୍ତତନ୍ତ ଉପତ୍ାଦଗୁଡିକର ମୂଲ୍ୟ ୫୦୦ଟଙ୍କାରୁ ଆରମ୍ଭକରି ସ୍ବତନ୍ତ୍ର ହାତ ତିଆରି ଶାଢ଼ିଗୁଡିକ ପାଇଁ ୧,୫୦,୦୦୦ ଟଙ୍କା ମଧ୍ୟରେ ରହିଛି।

Share