୧୦ କୋଟି ଟଙ୍କାର ଅଫର୍‌ ଛାଡିଲେ ଶିଳ୍ପା ସେଟ୍ଟୀ: କାରଣ ଜାଣିଲେ କରିବେ ବାଃ ବାଃ

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କୁନ୍ଦ୍ରା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ସେ ଅନେକ ସମୟରେ ଯୋଗ କିମ୍ବା ରୋଷେଇ ଭିଡିଓ ପ୍ରଶଂସକଙ୍କ ପାଇଁ ଶେୟାର କରନ୍ତି। ୪୬ ବର୍ଷ ବୟସରେ ମଧ୍ୟ ଶିଳ୍ପା ନିଜ ଫିଟନେସକୁ ନେଇ ବେଶ୍‌ ଚର୍ଚ୍ଚାରେ ଥା’ନ୍ତି। କିନ୍ତୁ ଆପଣ ଜାଣନ୍ତି କି ଏହି ଫିଟନେସ ହେତୁ ଶିଳ୍ପା ଏକ ୧୦ କୋଟିର ବିଜ୍ଞାପନ ଅଫରକୁ ମନା କରିଦେଇଛନ୍ତି। ୨୦୧୯ରେ, ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡ ଶିଳ୍ପାଙ୍କୁ ସ୍ଲିମିଂ ବଟିକା ବିଜ୍ଞାପନ ଦେବା ପାଇଁ ଅଫର୍‌ ଦେଇଥିଲା। ଏହି ବିଜ୍ଞାପନ ପାଇଁ ଶିଳ୍ପାଙ୍କ ୧୦ କୋଟି ଟଙ୍କାର ଅଫର ଦିଆଯାଇଥିଲା କିନ୍ତୁ ଶିଳ୍ପା ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। କାରଣ ଶିଳ୍ପା ଏହିପରି ବଟିକା ବ୍ୟବହାର କରିବାକୁ ଫିଟନେସ ପାଇବାକୁ ପସନ୍ଦ କରନ୍ତି ନାହିଁ ଏବଂ ସେ ଏହି ଭୁଲ ଜିନିଷକୁ ପ୍ରୋତ୍ସାହିତ କରିବାକୁ ଚାହଁୁ ନ ଥିଲେ। ସେଥିପାଇଁ ସେ ସେହି ଅଫର୍‌କୁ ପ୍ରତ୍ୟାଖ୍ୟାନ କରିଥିଲେ।

Share