ଓଡ଼ିଶା ପର୍ଯ୍ୟଟନକୁ ରୌପ୍ୟ ପୁରସ୍କାର

ଭୁବନେଶ୍ୱର, ୨୫।୨ (ବ୍ୟୁରୋ)”ଦିଲ୍ଲୀରେ ଆୟୋଜିତ ଭାରତୀୟ ଦାୟିତ୍ୱପୂର୍ଣ୍ଣ ପର୍ଯ୍ୟଟନ ପୁରସ୍କାରର ଷଷ୍ଠ ସଂସ୍କରଣରେ ଓଡିଶା ପର୍ଯ୍ୟଟନକୁ ‘ଶ୍ରେଷ୍ଠ ଭବିଷ୍ୟତ ଅଗ୍ରଗାମୀ ରାଜ୍ୟ’ ଭାବେ ରୌପ୍ୟ ପୁରସ୍କାର ମିଳିଛି। ଏହି ବିଭାଗରେ କେରଳ ସ୍ବର୍ଣ୍ଣ ପୁରସ୍କାର ଜିତିଛି। ଏହି ପୁରସ୍କାର ଲଣ୍ଡନରେ ଆୟୋଜିତ ଖ୍ୟାତିସମ୍ପନ୍ନ ବିଶ୍ୱ ଟ୍ରାଭେଲ ମାର୍କେଟର (WTM) ଦାୟିତ୍ୱବୋଧ ପର୍ଯ୍ୟଟନ ପୁରସ୍କାରର ପ୍ରାଦେଶିକ ଅଂଶୀଦାର ଭାବରେ ଭ୍ରମଣର ଚାମ୍ପିୟନ ମାନ୍ୟତା ପାଇଥାଏ। ଦାୟିତ୍ୱପୂର୍ଣ୍ଣ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବାରେ ଓଡିଶାର ଅବଦାନ ବେଶ୍‌ ପ୍ରତିଷ୍ଠିତ ହୋଇଛି। ସମ୍ପ୍ରଦାୟ ଦ୍ୱାରା ପରିଚାଳିତ ପ୍ରକୃତି ଶିବିରଗୁଡିକର ଆମର ପ୍ରକୃତି ପର୍ଯ୍ୟଟନ ମଡେଲ୍‌ ୨୦୧୬ରୁ ଗ୍ରାମାଞ୍ଚଳର ଲୋକଙ୍କୁ ବିକଳ୍ପ ଏବଂ ସ୍ଥାୟୀ ଜୀବିକା ସହିତ ସଶକ୍ତ କରିଛି। ସାଇକ୍ଲୋଥନ୍‌ ଓ ମହାମାରୀ ଭଳି ବିଶୃଙ୍ଖଳିତ ଘଟଣାଗୁଡ଼ିକ ବିରୋଧରେ ଅଧିକ ସ୍ଥିରତା ପାଇଁ ଓଡିଶାର ପର୍ଯ୍ୟଟନ ଏବଂ ଆତିଥ୍ୟ ଭିତ୍ତିିଭୂମି ବିକାଶଠାରୁ ଆରମ୍ଭ କରି ନୂତନ ପର୍ଯ୍ୟଟନ ଦ୍ରବ୍ୟର ଦାୟିତ୍ୱପୂର୍ଣ୍ଣ ଡିଜାଇନ୍‌ ସୁନିଶ୍ଚିତ କରିବା ପର୍ଯ୍ୟନ୍ତ ଆମେ ଆମର ମନ୍ତ୍ର ସ୍ଥିରତା କରିଛୁ ବୋଲି ରାଜ୍ୟ ପର୍ଯ୍ୟଟନ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି।

Share