Categories: ଖେଳ

ଜ୍ୟୋତ୍ସ୍ନା ଶବରଙ୍କୁ ରୌପ୍ୟ, ବ୍ରୋଞ୍ଜ୍‌

ଭୁବନେଶ୍ୱର, ୨୮।୩ (କ୍ରୀଡ଼ା ପ୍ରତିନିଧି): ଅନ୍ତର୍ଜାତୀୟ ଭାରୋତ୍ତୋଳନ ମହାସଂଘ ଆନୁକୂଲ୍ୟରେ ଆଲ୍‌ବାନିଆର ଡୁରେସ୍‌ଠାରେ ଚାଲିଥିବା ଓ୍ବାଲର୍‌ଡ ୟୁଥ୍‌ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଜ୍ୟୋସ୍ନା ଶବର ଗୋଟିଏ ଲେଖାଏ ରୌପ୍ୟ ଓ ବ୍ରୋଞ୍ଜ୍‌ ପଦକ ହାସଲ କରିଛନ୍ତି। କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସେସ(କିସ୍‌)ରେ ୯ମ ଶ୍ରେଣୀରେ ଅଧ୍ୟୟନରତା ଜ୍ୟୋତ୍ସ୍ନା ମହିଳା ୪୦ କେଜି ବର୍ଗର ସ୍ନାଚ୍‌ରେ ୫୩ କେଜି ଉତ୍ତୋଳନ କରି ରୌପ୍ୟ ପଦକ ପାଇଛନ୍ତି। ସେ ମୋଟ୍‌ ୧୧୫ କେଜି ଭାରୋତ୍ତୋଳନ କରି ଓଭରଅଲ୍‌ ବ୍ରୋଞ୍ଜ୍‌ ହାସଲ କରିଛନ୍ତି। ପ୍ରକାଶଯୋଗ୍ୟ, କିସ୍‌ରେ ୧୦ମ ଶ୍ରେଣୀରେ ଅଧ୍ୟୟନରତା ମୀନା ଶାନ୍ତା ମଧ୍ୟ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ଉଭୟ ଭାରୋତ୍ତୋଳିକା ଓଡ଼ିଶା ଟେନ୍‌ଭିକ୍‌ ଓ୍ବେଟ୍‌ ଲିଫ୍‌ଟିଂ ହାଇପରଫର୍ମାନ୍ସ ସେଣ୍ଟରରେ ଟ୍ରେନିଂ ନେଉଛନ୍ତି। ପ୍ରତିଯୋଗିତା ପୂର୍ବରୁ ସେମାନେ ପଟିଆଲା ସାଇ ଏନ୍‌ଏସ୍‌ଏନ୍‌ଆଇଏସ୍‌ କ୍ୟାମ୍ପ୍‌ରେ ପ୍ରଶିକ୍ଷଣ ନେଇଥିଲେ। ଉଭୟ ଭାରୋତ୍ତୋଳିକାଙ୍କୁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଏମ୍‌ପି ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି।

Share