Categories: ଖେଳ

ଓଡ଼ିଶା ବାଳିକା, ବାଳକ ଦଳକୁ ରୌପ୍ୟ

ଭୁବନେଶ୍ୱର, ୧୫।୨(ତପନ ସ୍ବାଇଁ): ଅହମଦାବାଦର ପଲଜସ୍ଥିତ ଗାନ୍ଧୀନଗର ଆଇଆଇଟି ପରିସରରେ ଜାତୀୟ ସବ୍‌ଜୁନିୟର ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ୧୩ ଓ ୧୪ ଦୁଇ ଦିନଧରି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ବାଳିକା ଓ ବାଳକ ଦଳ ଆକର୍ଷଣୀୟ ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ କରିଛନ୍ତି। ପ୍ରତିଯୋଗିତାରେ ମୋଟ ୨୭ଟି ରାଜ୍ୟ ଦଳ ଅଂଶଗ୍ରହଣ କରିଥିବାବେଳେ ଉଭୟ ବର୍ଗରେ ଓଡ଼ିଶା ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା।

ଓଡ଼ିଶା ବାଳିକା ଦଳ ଲିଗ୍‌ ପର୍ଯ୍ୟାୟରେ ଆସାମକୁ ୧୫-୦, ହିମାଚଳ ପ୍ରଦେଶକୁ ୪୦-୦ ଓ ଦିଲ୍ଲୀକୁ ୧୦-୫ରେ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା। ସେଥିରେ ଆନ୍ଧ୍ର ପ୍ରଦେଶକୁ ୫-୦ ଏବଂ ସେମିଫାଇନାଲରେ କେରଳକୁ ୧୫-୦ରେ ହରାଇ ଫାଇନାଲରେ ପହଞ୍ଚତ୍ଥିଲା। ଟାଇଟଲ ପର୍ଯ୍ୟାୟରେ ଦଳ ବିହାରଠାରୁ ୦-୫ରେ ହାରି ଯାଇଥିଲା। ସେହିପରି ଓଡ଼ିଶା ବାଳକ ବିଭାଗ ଲିଗ୍‌ ପର୍ଯ୍ୟାୟରେ ଡାମନ ଡିଉକୁ ୨୫-୦, ଦିଲ୍ଲୀକୁ ୫-୦ ଓ ଉତ୍ତର ପ୍ରଦେଶକୁ ୧୦-୦ରେ ହରାଇଥିଲା। କ୍ୱାର୍ଟର ଫାଇନାଲରେ ଓଡ଼ିଶା ଦଳ ଝାଡ଼ଖଣ୍ଡକୁ ୫-୦, ସେମିଫାଇନାଲରେ କେରଳକୁ ୫-୦ରେ ହରାଇବାପରେ ଫାଇନାଲରେ ବିହାରଠାରୁ ୦-୨୫ରେ ପରାସ୍ତ ହୋଇଥିଲା।

Share