Advertisement

ଲଙ୍ଗ୍‌ଜମ୍ପରେ ମିଳିଲା ରୌପ୍ୟ

ଗଞ୍ଜାମ,୧୪।୧୦ (ବିଦ୍ୟାଧର ସାହୁ): ରାଜସ୍ଥାନ କୋଟାରେ ଅନୁଷ୍ଠିତ ଅଲ୍‌ ଇଣ୍ଡିଆ ଆଥ୍‌ଲେଟିକ ଚାମ୍ପିୟନଶିପ୍‌ରେ କମାଲ ଦେଖାଇଛନ୍ତି ଆଇଆର୍‌ଇ ଏଇସିଏସ୍‌ ସ୍କୁଲର ଓଡ଼ିଆ ପୁଅ ସୁବ୍ରତ ପାଢ଼ୀ। ସୁବ୍ରତ ଲଙ୍ଗ୍‌ଜମ୍ପରେ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହ ରୌପ୍ୟ ପଦକ ହାସଲ କରି ଜିଲା ଏବଂ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି l

ସୁବ୍ରତ ହେଉଛନ୍ତି ଗଞ୍ଜାମ ଏନ୍‌ଏସି ବିଜେଡି ଯୁବସଭାପତି ସୁଧୀର କୁମାର ପାଢ଼ୀଙ୍କ ପୁଅ। ଜେଜେବାପା କାଶୀନାଥ ପାଢ଼ୀ, ମା’ ସସ୍ମିତା ପାଢ଼ୀ ଓ ସ୍କୁଲ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ପ୍ରେରଣା, ଉତ୍ସାହ ଓ ଉପଦେଶ ପାଇଁ ଏହି ସଫଳତା ପାଇଥିବା କହିଛନ୍ତି ସୁବ୍ରତ। ପଦକ ପାଇବା ପରେ ସୁବ୍ରତ ଏବଂ ବାପା ସୁଧୀରଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି l ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ଏନ୍‌ଏସି ବିଜେଡି ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ଗଞ୍ଜାମ ପ୍ରେସ୍‌କ୍ଳବ ସଭାପତି ଶବର କୁମାର ତରାଇ, ଉପଦେଷ୍ଟା ଉମାକାନ୍ତ ବେହେରା, ଏନ୍‌ଏସି ପୂର୍ବତନ ନଗରପାଳ ନୀଳାଚଳ ବାରିକି, ପୂର୍ବତନ କାଉନ୍‌ସିଲର ଦଣ୍ଡପାଣି ପରିଡ଼ା, ଏନ୍‌ଏସି ଉପାଧ୍ୟକ୍ଷ ସୁରେନ୍ଦ୍ର କୁମାର ବାରିକି ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share