Categories: ବାଣିଜ୍ୟ

ଜୟଦୁର୍ଗା କେମିକାଲ୍ସର ସିଲିଭର ଜୁବିଲି

ଭୁବନେଶ୍ୱର,୧୨।୧୦: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ଜୟଦୁର୍ଗା କେମିକାଲ୍ସର ସିଲିଭର ଜୁବିଲି ଶୁକ୍ରବାର ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଏକ ସ୍ବତନ୍ତ୍ର ସଭା ଓ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଓଲିଉଡ୍‌ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି, ନିର୍ଦ୍ଦେଶକ ଅଶ୍ୱିନୀ ତ୍ରିପାଠୀ, ସାମାଜିକ କର୍ମୀ ଦାଶରଥୀ ନାୟକ, ଭୋଳାନାଥ ମହାରଣା, ଅନନ୍ତ ଚରଣ ସ୍ବାଇଁ ଏବଂ ପ୍ରେରଣା ତ୍ରିପାଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଭୟ କମ୍ପାନୀ ଓ ସହଯୋଗୀଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।
ଏ ସମ୍ପର୍କରେ ଜୟଦୁର୍ଗା କେମିକାଲ୍ସର ଏମ୍‌ଡି ଇଂ ବାବୁରାମ ସ୍ବାଇଁ କହିଥିଲେ, ଆମେ ଆଜି ୨୫ ବର୍ଷ ପୂରଣକରି ବେଶ୍‌ ଉତ୍ସାହିତ ଅଛୁ। ସିଲିଭର ଜୁବିଲି କିଭଳି ଶତବାର୍ଷିକୀରେ ପରିଣତ ହେବ ଏବଂ ସମସ୍ତଙ୍କର ସହଯୋଗ ଓ ଶୁଭେଚ୍ଛାର ଆବଶ୍ୟକତା ରହିଛି ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଥିଲେ।
ପରିଶେଷରେ ପରିବାରର ୧୦୦ରୁ ଅଧିକ ସହଯୋଗୀଙ୍କୁ ସମ୍ମାନିତ ସହିତ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ୨୦ରୁ ଅଧିକ କର୍ମଚାରୀ, ସହଯୋଗୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Share